ମା’ ତାରେଣୀଙ୍କୁ ଦର୍ଶନ କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ
କେନ୍ଦୁଝର :ଘଟଗାଁର ଆରାଧ୍ୟ ଦେବୀ ମା ‘ ତାରିଣୀଙ୍କ ଦର୍ଶନ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ତାଙ୍କୁ ସ୍ଵାଗତ ଜଣାଇବା ପାଇଁ ଘଟଗାଁ ମିନି ଷ୍ଟାଡିୟମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ । ତାଙ୍କ ସହ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏଥିପାଇଁ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା


