ପାବନ ଶ୍ରୀକ୍ଷେତ୍ର ଶ୍ରୀ ମନ୍ଦିରର ସ୍ୱନକ୍ଷତ୍ର ଉତ୍ସବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରାଂଚଳ ବଇଁଚବଣିଆ ସ୍ଥିତ ପାବନ ଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରର ଚତୁର୍ଦ୍ଦଶ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସୂର୍ଯ୍ୟୋଦୟ ପୂର୍ବରୁ ଶ୍ରୀ ଜୀଉ ମାନଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଥିଲା । ନିତ୍ୟ ମଙ୍ଗଳ ଆଳତି, ଅବକାଶ, ମଇଲମ ପରେ ମୁଖ୍ୟ ପୂଜକ ଓ ପରିଚାଳକ ପଣ୍ଡିତ କୃଷ୍ଣ ଚନ୍ଦ୍ର ପଣ୍ଡା ଠାକୁର ମାନଙ୍କୁ ନୂତନ ବତ୍ସ ଅଳଙ୍କାର ଆଦିରେ ବଭୂଷିତ କରାଇଥିଲେ । ମଧ୍ୟାନ୍ନରେ ମନ୍ଦିର ଜଗମୋହନରେ ସ୍ୱନକ୍ଷତ୍ର ପାଳନ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ ଆଦି ମନ୍ଦିରର ପାଟ ପୂରୋହିତ ପଣ୍ଡିତ ଗତିକୃଷ୍ଣ ମିଶ୍ର ଶର୍ମା ଓ ସହାୟକ ପଦ୍ମନାଭ ରଥଙ୍କ ପୌରହିତ୍ୟରେ ସୁସମ୍ପର୍ଣ୍ଣ ହୋଇଥିଲା । ମନ୍ଦିରର ସେବାଧିପତି ଲିଙ୍ଗରାଜ ସାହୁ ଓ ଧର୍ମପତ୍ନି ସସ୍ମିତା ଦେବୀଙ୍କ ସହ କର୍ତା, କର୍ତୀ ରୂପେ ସମସ୍ତ ବୈଦିକ ବିଧି ବିଧାନ ସମ୍ପାଦିତ କରିଥିଲେ । ମନ୍ଦିରର ଭଜନ ଭାରତୀ ଅନୁଷ୍ଠାନ ପକ୍ଷରୁ ଭଜନ କିର୍ତନ ପରିବେଷଣ ସହ ଶ୍ରୀ ହନୁମାନ ଚାଳିଶା ପାରାୟଣ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପ୍ରଶାସନ ସେବକ ନିର୍ମଳ ମିଶ୍ର, ଜଗନ୍ନାଥ ସାହୁ, ଲୋକନାଥ ସାହୁ, ହରିହର ପଣ୍ଡା, ସରୋଜ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ