ପାରଳାଖେମୁଣ୍ଡି ପୌରପାଳିକାର ବେନିୟମ କାର୍ଯ୍ୟ ଗୁଡ଼ିକର ସ୍ବତନ୍ତ୍ର ତଦନ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ନଗର କଂଗ୍ରେସ୍ କମିଟିର କର୍ମକର୍ଭାଗଣ ପାରଳାଖେମୁଣ୍ଡି ପୌରପାଳିକାର ବିଭିନ୍ନ ଦୁର୍ନିତି ଓ ବିଭିନ୍ନ ବିଭାଗରେ ହେଉଥ‌ିବା ଅନିୟମିତତା ଗୁଡିକର ସ୍ବତନ୍ତ୍ର ତଦନ୍ତ ଦୁର୍ନିତୀ ନିବାରଣ ବିଭାଗ ଦ୍ବାରା ତୁରନ୍ତ କରାଯିବା ପାଇଁ ଦୃଢ ଦାବୀ ଜଣାଇ ଏକ ସ୍ମାରକ ପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି. ଯଦି ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ କରାନଯାଏ, ତାହାହେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ଘେରାଉ କରାଯିବ ବୋଲି କୁହାଯାଇଛି. ପାରଳାଖେମୁଣ୍ଡି ନଗର କଂଗ୍ରେସ କମିଟି ତରଫରୁ ଦର୍ଶାଯାଇଛି  ୨୦୧୨ ମସିହାଠାରୁ ୨୦୨୨ମସିହା ମଧ୍ୟରେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟରେ କରାଯାଇଥିବା ସମସ୍ତ ପ୍ରକାର ଖର୍ଜର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ମହାବିଦ୍ବାଳୟରେ ପୁର୍ଭ ବିଭାଗ ଦ୍ବାରା କରାଯାଇଥିବା ସମସ୍ତ ଉନ୍ନତି ମୁଳକ କାର୍ଯ୍ୟର ତଦନ୍ତ କରାଯାଇ ଏଥିରେ ଖୋଲାଫ ଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ମହାବିଦ୍ୟାଳୟରେ ବିଶ୍ବବ୍ୟାଙ୍କଦ୍ବାରା ନବନିର୍ମିତ କୋଠାଘର କାର୍ଯ୍ୟର ଗୁଣାତ୍ମକ ତଦନ୍ତ କରାଯାଉ । ବର୍ତ୍ତମାନ ଓ ପୂର୍ବତନ କାର୍ଯ୍ୟନିର୍ବାହି ଅକାରୀଙ୍କ କାର୍ଯ୍ୟକାଳ ସମୟରେ ବହୁ ବେନିୟମ କାର୍ଯ୍ୟ ହୋଇଅଛି । ତାଙ୍କ ସମୟରେ ବିଭିନ୍ନ କାର୍ଯ୍ୟ ଗୁଡ଼ିକ ବିନା ଟେଣ୍ଡର, ବିନା ପୌର ନିଷ୍ପତ୍ତରେ କାର୍ଯ୍ୟକାରୀ କରାଯାଇଛି । ଏତଦ୍‌ବ୍ୟତୀତ ବିଭିନ୍ନ ମହିଳା ମଣ୍ଡଳ ଗୁଡ଼ିକୁ ଏକାକ କାମ ଦେଇ, ନିମ୍ନମାନର କାର୍ଯ୍ୟକୁ ଅଣଦେଖା କରାଯାଇ ବିଲ୍ ପ୍ରସ୍ତୁତି ଓ ପ୍ରଦାନ ମଧ୍ୟ କରାଯାଇଛି । କୋଭିଡ୍ ସମୟର କାର୍ଯ୍ୟଗୁଡ଼ିକୁ ମଧ୍ଯ ଦୁର୍ନିତି ନିବାରଣ ଅକାରୀଙ୍କ ଦ୍ବାରା ତଦନ୍ତ କରାଯାଉ । ଏହି ପୌରସଂସ୍ଥାରେ ବହୁବର୍ଷ ଧରି ଅନେକ କର୍ମଚାରୀ ରହିଅଛନ୍ତି । ସେମାନେ ଗୋଟିଏ ସ୍ଥାନରେ ରହି ବହୁ ଦୁର୍ନିତିରେ ଲିପ୍ତ ରହିଅଛନ୍ତି । ତେଣୁ ସେହି ସମସ୍ତ ଦୁର୍ନିତିଗ୍ରସ୍ତ କର୍ମଚାରୀଙ୍କୁ ତଦନ୍ତ ପରିସରକୁ ଅଣାଯାଉ । ସହରର ୧୪ ନମ୍ବର ୱାର୍ଡସ୍ଥିତ ଟାଉନ ହଲକୁ ଯିବା ରାସ୍ତାର ମଧ୍ୟଭାଗରେ ଜବରଦଖଲ ଭାବରେ ଦୋକାନ ଗୃହ ନିର୍ମାଣ କରାଯାଇଅଛି ଏବଂ ରାଜଦାଣ୍ଡରେ ପ୍ରଶାସନକୁ ଧମକାଇ ନାଳଉପରେ ଦୋକାନ କରାଯାଇଛି । ଅନେକ ବିରୋଧ ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ । ଆଜକୁ ୧୦ ବର୍ଷ ପୂର୍ବେ ତାହାର ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଧାରଣା ସ୍ଥଗିତ କରାଯାଇଥିଲା । କାହାର ସ୍ବାର୍ଥ ରକ୍ଷାପାଇଁ କାର୍ଯ୍ୟାଳୟ ତରଫରୁ ସେହି ଜବରଦଖଲର ଉଚ୍ଛେଦ ପାଇଁ କୌଣସି ପଦକ୍ଷେପକରିବାକୁ ବାରମ୍ଵାର ଆବେଦନ କରୁଛନ୍ତି କିନ୍ତୁ ସେପ୍ରତି କୌଣସି ପ୍ରକାର ଦୃଷ୍ଟି ଦିଆଯାଉନାହିଁ, ଯିହିଁରା ପୌରପାଳିକାର … ରାଜସ୍ବରେ କ୍ଷତି ଘଟୁଛି । ଏହାର ଉପଯୁକ୍ତ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥ‌ିବା ଡାକ୍ତର,ଫର୍ମାସିଷ୍ଟ, ନର୍ସ, ଲାବ୍‌ ଆସିଷ୍ଟାଣ୍ଟ ଇତ୍ୟାଦି କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ଠିକ୍ ସମୟରେ କାର୍ଯ୍ୟରେ ଉପସ୍ଥିତ ନ ରହି କାର୍ଯ୍ୟରେ ଅବହେଳା କରିବା ଯୋଗୁଁ ପୋକମାଛି ଭଳି ରୋଗୀମାନେ ମରୁଛନ୍ତି । ଅପରପକ୍ଷେ ବିନା କାରଣରେ ବାହାର ରାଜ୍ୟକୁ, କିମ୍ବା ବ୍ରହ୍ମପୁର ପରି ଅନ୍ୟସ୍ଥାନକୁ ପଠାଇବା ଦ୍ବାରା ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ବିଭିନ୍ନ ସମୟରେ ରାସ୍ତାରେ ମରୁ ମରୁଛନ୍ତି ମଧ୍ଯ । ବିଭିନ୍ନ ବିଭାଗରେ ଫର୍ମାସିଷ୍ଟ ଅଭାବ, ଆନାସ୍ଥେସିଆ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଗର୍ଭବତୀ ମହିଳାଙ୍କ ଏବଂ ଅପରେସନ ଭଳି କାର୍ଯ୍ୟ ସମ୍ପୁର୍ଣ୍ଣଭାବେ ବନ୍ଦ ହୋଇଯାଉଛି । ଏହାର ଉପଯୁକ୍ତ ତଦନ୍ତ କରାଯାଇ ଦୃଢ ଗ୍ରହଣ କରାଯାଉ । ଳାଙ୍କର ପ୍ରସବ ଦୃଢ କାର୍ଯ୍ୟାନୁଷ୍ଠାନ ୨୦୧୨ ମସିହାଠାରୁ ଆଜି ପର୍ଯ୍ୟ ର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକି (CDMO), NRHMG ଅଧିନରେ ଯାହାସବୁ ଔଷଧ ଠାରୁ ଆରମ୍ଭ କରି ଆସବାବପତ୍ର ଇତ୍ୟାଦି ବାବଦରେ ଯାହାସବୁ । ବୁ କିଣାଯାଇଛି ସେଥ୍‌ରେ ହୋଇଥିବା ଖର୍ଚ୍ଚ ଓ ଯାଉ । ମୁଖ୍ୟ ଚିକିତ୍ସାଳୟ ଅଧିନରେ ଯେତେସବୁ ଚକିତ୍ସାଳୟ ରହିଛି ସେ ସମସ୍ତ ଜିନିଷର ମାନର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ଚଦନ୍ତ ପରିସରରେ ରଖାଯାଉ । ୨୦୧୨ ମସି ୨ ମସିହାଠାରୁ ଆଜି ପର୍ଯ୍ୟନ୍ତ ଚିକିତ୍ସାଳୟ ସୂଚନା ଅଧିକାର ଜାର ଆଇନ ଜରିଆରେ ସାଧାରଣ ଲୋକେ ଯେଉଁ ଆବେଦନ କରିଛନ୍ତି ତାହା ହାଉପରେ ତଦନ୍ତ କରାଯାଉ ।ଏ ସମସ୍ତ ବିଷୟକୁ ଧ୍ୟାନ ଦେଇ ତୁରନ୍ତ ଦୁର୍ନିତି ନିବାରଣ ବିଭାଗ ଦ୍ବାରା ସ୍ବତନ୍ତ୍ର ତଦନ୍ତ କରାଯାଇ କାର୍ଯ୍ୟ ପ କରିଥିବା ଅକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଯଦି ଏହାର କୌଣସି ତଦନ୍ତ କରାନଯାଏ, ତେବେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେବା ସଙ୍ଗେ ସଙ୍ଗେ ପୌର କାର୍ଯ୍ୟାଳୟ ଘେରାଉ କରି କାର୍ଯ୍ୟ ସମ୍ପୁର୍ଣ୍ଣ ଭାବରେ ବନ୍ଦ କରାଯାଇ ଜନ ଆନ୍ଦୋଳନ କରା‌ଯିବ । ଏଥିପାଇଁ ପ୍ରଶାସନ ସମ୍ପୁର୍ଣ ଭାବରେ ଦାୟୀ ରହିବେ ବୋଲି ନଗର କଂଗ୍ରେସ କମିଟିର ସଭାପତି ବସନ୍ତ କୁମାର ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖ ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ