ପାରଳାଖେମୁଣ୍ଡି ରେ ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହାକୁମା ପାରଳାଖେମୁଣ୍ଡି ସହରରେ ଆଜି ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି. ପାରଳାଖେମୁଣ୍ଡି ସହରର ହାଇସ୍କୁଲ ଛକଠାରେ ଥିବା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପାରଳା ମୁନିସିପାଲିଟିର ଉପନଗରପାଳ ଲଙ୍କା ମଧୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ. ବିଜୁ ଜନତା ଦଳର ଶତାଧିକ କର୍ମୀ ଓ ନେତା ଏଠାରେ ସମବେତ ହୋଇ ଗତ ୨୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବିଧ ଲୋକାଭିମୁଖୀ ଉନ୍ନୟନ କାର୍ଯ୍ୟକ୍ରମ ଗୁଡିକକୁ ନେଇ ଗୁରୁତ୍ୱ ଆରୋପ କରିବା ସହ ଆଗାମୀ ଦିନରେ ଗଜପତି ଜିଲ୍ଲାରେ ବିଜୁ ଜନତା ଦଳକୁ ସୃଦୁଢ କରିବା ସହ ଲୋକଙ୍କ ସେବା ଓ ସମସ୍ୟାର ସମାଧାନ ଦିଗରେ ପ୍ରତେକ ବିଜେଡି କର୍ମୀ ଓ ନେତା କାମ କରନ୍ତୁ ବୋଲି ପାରଳା ମୁନିସିପାଲିଟି ଲଙ୍କା ମଧୁ ଆହ୍ୱାନ ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ