ପୁରୀ ଠାରେ ଅନୁଷ୍ଠିତ ୨୬ ତମ ବିଜେଡି ପ୍ରତିଷ୍ଠା ଦିବସରେ ଗଜପତିର ଶତାଧିକ କର୍ମୀ ଓ ନେତାଙ୍କ ଯୋଗଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ପୁରୀର ତଳବଣିଆ ପଡିଆ ଠାରେ ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି. ଗଜପତି ଜିଲ୍ଲା ବିଜୁ ଜନତା ଦଳର ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଓ ନେତା ଏହି ପ୍ରତିଷ୍ଠା ଦିବସରେ ଗଜପତି ଜିଲ୍ଲାରୁ ଯୋଗ ଦେଇଥିବା ସୂଚନା ମିଳିଛି. ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମୀ ଓ ନେତାମାନଙ୍କୁ ଯେଉଁ ଯେଉଁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ତାହାକୁ ଗଜପତି ଜିଲ୍ଲାରେ ପାଳନ କରାଯିଵା ସହ ଲୋକଙ୍କ ସେବା ଓ ସମାଜର ଉନ୍ନତି ପାଇଁ ପ୍ରତେକ ନେତା ଓ କର୍ମୀ କାର୍ଯ୍ୟ କରିବେ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ