ପାରଳାରେ କାଞ୍ଚିକାମାକ୍ଷୀ ପୂଜା ଉଦ୍ଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ରାଜଦାଣ୍ଡର ବିଶ୍ୱନାଥ କଲ୍ୟାଣ ମଣ୍ଡପ ପରିସରରେ ନିରାଡମ୍ବର ଭାବେ କାଞ୍ଚିକାମାକ୍ଷୀ ପୂଜା ପାଳିତ ହୋଇଆସୁଥିଲା । ଏହି ପୂଜା ଉଦ୍ଯାପିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଏହି ପୂଜା ଦଶହରା ଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । କାଞ୍ଚିକାମାକ୍ଷୀ ସ୍ୱର୍ଣ୍ଣକାର ମାନଙ୍କ ଇଷ୍ଟଦେବୀ ଅଟନ୍ତି । ତେଣୁ ପାରଳାଖେମୁଣ୍ଡି ସହରରେ ବସବାସ କରୁଥିବା ଶହ ଶହ ସ୍ୱର୍ଣ୍ଣକାରମାନେ ବିଶେଷ ଭାବେ ଯୋଗଦେଇ କୋଭିଡ୍ ନିୟମ ମୁତାବକ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥିବାର ଦେଖିବାକୁ ମିଳିଥିଲା । ଏହି ପୂଜାକୁ ବିଶ୍ୱନାଥ କଲ୍ୟାଣ ମଣ୍ଡପର ମାଲିକ କୁମାର ପରିଚାଳନା କରିଥିଲେ ।


