ଗଜପତି ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କରୋନା ସଚେତନତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତରଫରୁ ନୂଆଗଡ ବ୍ଲକ ଅନ୍ତର୍ଗତ ବଡପଦା ଗ୍ରାମ ପଞ୍ଚାୟତ ଗୃହ ଠାରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ୱାର୍ଡ ସଭ୍ୟ ମାନୁଏଲ ଛିଞ୍ଚାଣୀ, ସମ୍ମାନୀତ ଅତିଥି ରୂପେ ସଞ୍ଜିବ ବେବର୍ତ୍ତା ଏବଂ ଶିବ ଶକ୍ତି ଯୁବକ ସଂଘର ସମସ୍ତ ସଦସ୍ୟ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ କରୋନା ଠାରୁ ରକ୍ଷା ପାଇବା ପାଇଁ ସର୍ବଦା ମାସ୍କ ପରିଧାନ କରିବା, ସାମାଜିକ ଦୂରତା ବଜୟ ରଖିବା, ସାବୁନ ବା ହ୍ୟାଣ୍ଡ ସାନିଟାଇଜରରେ ହାତ ଧୋଇବା ଏବଂ ଏହା ସହ ଗ୍ରାମର ଲୋକଙ୍କୁ କରୋନା ସଚେତନତାର ବାର୍ତ୍ତା ଅବଗତ କରାଇଥିଲା । ଏହି କାର୍ଯ୍ୟକ୍ରମକୁ ନୂଆଗଡ ବ୍ଲକର ଜାତୀୟ ସ୍ୱୟଂ ସେବକ ସୁଧାଂଶୁ ରଞ୍ଜନ ପାଣି, କରୁଣାକର ବେହେର୍ଦ୍ଦଳାଇ ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ଶନିବାର ଦିନ ମୋହନା ବ୍ଲକର ଗୋବିନ୍ଦପୁର ଗ୍ରାମର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୫ତମ ଜନ୍ମ ବାର୍ଷିକୀ ଅବସରରେ ସ୍ଥାନୀୟ ନେତାଜୀ ୟୁଥ କ୍ଲବ ଦ୍ୱାରା ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଲାବଣ୍ୟ ମଲ୍ଲିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥିଭାବେ ଶିକ୍ଷକ ଦୁର୍ଗାମାଧବ ମହାରଣା, ପ୍ରଶାନ୍ତ ପଟ୍ଟନାୟକ, ମହେଶ୍ୱର ପାତ୍ର ପ୍ରମୁଖ ଯୋଗଦେଇ ଭାରତ ସ୍ୱାଧିନତା ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୫୬୫ ରିୟାସତ ରାଜ୍ୟର ରାଜାମାନଙ୍କୁ ଏକ ଭାରତରେ ବିଲୟ କରିବା ଭୂମିକା ଏବଂ ଭାରତକୁ ଜାତି ଧର୍ମ, ବର୍ଣ୍ଣ ଓ ହିଂସା ଭୁଲି ଏକ ଭାରତୀୟ ରଷ୍ଟ୍ର ଗଠନର ଅବଦାନକୁ ସ୍ମରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୋହନା ବ୍ଲକର ଜାତୀୟ ସ୍ୱୟଂ ସେବିକା ପ୍ରିୟମ୍ବଦା ପଟ୍ଟନାୟକ, କୁନି ଗୌଡ ପ୍ରମୁଖ ଏହି ଦୁଇଟି ବ୍ଲକର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


