ପାରଳାରେ ବୁଲା କୁକୁର କାମୁଡ଼ାରେ ମାସକରେ ଶତାଧିକ ଆହତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବୁଲା କୁକୁରଙ୍କ ଉପଦ୍ରବରେ ପାରଳାବାସୀ ଅତିଷ୍ଠ ହୋଇଗଲେଣି। ମାସକରେ କୁକୁର କାମୁଡ଼ାରେ ପ୍ରାୟ ଶତାଧିକ ଆହତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୂତ୍ରରୁ ସୂଚନା ମିଳିଛି ! ସେହିପରି ରାସ୍ତା ଉପରେ ଦିନ ରାତି ଗାଈଗୋରୁ ଶୋଇ ରାସ୍ତା ଅବରୋଧ କରୁଛନ୍ତି.ଏନେଇ ଦୁର୍ଘଟଣା ହେବା ସହ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି। ପାରଳାଖେମୁଣ୍ଡି ପୌରପାଳିକା ଏନେଇ ପଦକ୍ଷେପ ନେଉନଥିବା ବୁଦ୍ଧିଜୀବୀ ଓ ସାଧାରଣରେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଗୋରୁମାନଙ୍କୁ ଗୁହାଳରେ ରଖିବା ବଦଳରେ ବାହାରକୁ ଛାଡ଼ି ଦେଉଥ‌ିବା ଅଭିଯୋଗ ହେଉଛି। ସହରର ବିଭିନ୍ନ ମୁଖ୍ୟ ରାସ୍ତାକୁ ସେମାନେ କୌଣସି ଅବରୋଧ କରି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁ ଛନ୍ତି । ସେହିପରି ବୁଲା କୁକୁରଗୁଡ଼ିକ ବିଭିନ୍ନ ସମୟରେ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ଗୋଡ଼ାଉଛନ୍ତି। ଏପରିକି ଅନେକ ଲୋକ କୁକୁର କାମୁଡ଼ାର ଶିକାର ହୋଇଛନ୍ତି। ମାସକରେ ପ୍ରାୟ ଶତାଧିକ କୁକୁର କାମୁଡାରେ ଶିକାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ସୂଚନା ରହିଛି। ପାରଳା ପୌରପରିଷଦ ବୁଲା କୁକୁରମାନଙ୍କ ନିୟନ୍ତ୍ରଣ ପାଇଁ ନା କୌଣସି ଯୋଜନା କରୁଛି ନା ଗୋରୁ ମାନଙ୍କ ବୁଲି ବା ଉପରେ ରୋକ ଲଗାଇ ପାରୁଛି । ପୂର୍ବରୁ ପୌର ପରିଷଦ ଗୋରୁ ମାଲି କମାନଙ୍କ ଠାରୁ ଫାଇନ ଆଦାୟ କରୁ ଥିଲା କିନ୍ତୁ କାର୍ଯ୍ୟାନୁଷ୍ଠାନ କିଛିଦିନ ପରେ ଏପରି କାର୍ଯ୍ୟାଗ୍ର ହଣରେ ଶିଥଳ କରି ଦେବାରୁ ପୁଣି ଥରେ ସହର ମଧ୍ୟରେ ଏହି ସମସ୍ୟା ଦେଖାଯାଉଛି। ତେଣୁ ଯଥାଶୀଘ୍ର ପୌରପରିଷଦ ସମାଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି। ସେହିପରି ବୁଲା କୁକୁରଗୁଡ଼ିକ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ