ପୂର୍ବତନ ମୁଖଯମନ୍ତ୍ରୀ ସ୍ୱର୍ଗତ ବିଜୁ ପଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆଜି ଉତ୍କଳର ମଣି, ସ୍ଵାଧୀନତା ସଂଗ୍ରାମୀ, ଓଡିଶାର ଗର୍ବ ଓ ଗୌରବ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖଯମନ୍ତ୍ରୀ ସ୍ୱର୍ଗତ ବିଜୁ ପଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ଓ ପଞ୍ଚାୟତ ରାଜ ଦିବସ ଅବସରରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ହାଇସ୍କୁଲ ଛକ ନିକଟରେ ଥିବା ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ବରିଷ୍ଟ ନେତା ତଥା ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡ॰ ତିରୁପତି ପାଣିଗ୍ରାହୀ , ପୂର୍ୟବତନ ବିଜେଡି ସଭାପତି ତଥା ବରିଷ୍ଠ ନେତା ବସନ୍ତ ଦାସ , ଜିଲ୍ଲା ବିଜେଡି ଉପସଭାପତି ଲକ୍ଷ୍ମୀକାନ୍ତ ପରିଚ୍ଛା, ପାରଳା ବିଜେଡି ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ, ଜମିଦାର ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ନେତା ଓ ବହୁ କର୍ମୀମାନେ ଉପସ୍ଥିତ ଥିଲେ ।


