ପାରଳା ବିଧାୟକଙ୍କ ଜିଲ୍ଲା ପ୍ରଶାସନକୁ ପ୍ରଶ୍ନ : ୪/୫ ଦିନରେ କିପରି ସୁସ୍ଥ ହେଲେ କରୋନା ରୋଗୀ!
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳା ବିଧାୟକ କେ.ନାରାୟଣ ରାଓ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ଗଜପତିର ୯ କୋରନା ରୋଗୀ ମାତ୍ର ୪ ରୁ ୫ ଦିନ ମଧ୍ୟରେ କିପରି ସୁସ୍ଥ ହୋଇ ଘରକୁ ଫେରିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି । କରୋନା ଭଳି ଏକ ମାରାତ୍ମକ ରୋଗରୁ ସୁସ୍ଥ ହେବା ପାଇଁ ଅନ୍ତତଃ ୩ ସପ୍ତାହ କୋଭିଡ ହସ୍ପିଟାଲରେ ରହିବାକୁ ପଡୁଥିବା ବେଳେ ଗଜପତିରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ୯ଜଣ ରୋଗୀ କିପରି ଭାବେ ଏତେ କମ୍ ଦିନରେ ଆରୋଗ୍ୟ ଲାଭ କଲେ ତାକୁ ନେଇ ଜିଲ୍ଲା ପ୍ରଶାସନ ଜବାବ ଦେବା ଆବଶ୍ୟକ ବୋଲି ବିଧାୟକ ଏହି ପ୍ରେସ ବାର୍ତ୍ତାରେ ପ୍ରଶ୍ନ କରିଛନ୍ତି ।


