ପାୟୋନିର-୭୬ର ବନ୍ଧୁମିଳନ
ଭୁବନେଶ୍ୱର : ଦୀର୍ଘ ବର୍ଷର ବ୍ୟବଧାନ ପରେ ସବୁ ବନ୍ଧୁମାନେ ଏକାଠି ହୋଇଥିଲେ ଭୁବନେଶ୍ୱର ୟୁନିଟ-୯ ସ୍ଥିତ ବିଏସ୍ଏନ୍ଏଲ୍ ଅତିଥି ଭବନଠାରେ । ସମସ୍ତେ ଥିଲେ ୧୯୭୬ ମସିହାର ମାଟ୍ରିକ୍ୟୁଲେଟ ଏବଂ ୧୯୭୮ ମସିହା ଭଦ୍ରକ ମହାବିଦ୍ୟାଳୟରୁ କଳା, ବିଜ୍ଞାନ ତଥା ବାଣିଜ୍ୟରେ ଇଣ୍ଟରମେଡିଏଟ୍ ଉତ୍ତୀର୍ଣ୍ଣ ହୋଇଥିବା ସହପାଠୀ ବନ୍ଧୁ । ପରବର୍ତ୍ତୀ ସମୟରେଏମାନଙ୍କ ମଧ୍ୟରୁ କିଏ ଡାକ୍ତର, ତ କିଏ ଇଞ୍ଜିନିୟର, କିଏ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ଅଥବା ପ୍ରତିଷ୍ଠିତ ବ୍ୟବସାୟୀ ଭାବରେ ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ଦୀର୍ଘ ବର୍ଷ ପରେ ଏକାଠି ହେବାର ଉଦ୍ଦେଶ୍ୟ ହେଉଛି ସମସ୍ତେ ମିଶି ସମାଜ ପାଇଁ କିଛି କର୍ତ୍ତବ୍ୟ କରିବା । ବନ୍ଧୁମାନଙ୍କ ମଧ୍ୟରୁ କେତେ ଜଣ ଭୁବନେଶ୍ୱରରେ ଥିବାବେଳେ ଅନେକ ଭୁବନେଶ୍ୱର ବାହାରେ ଓ କେତେଜଣ ଭଦ୍ରକରେ ରହୁଛନ୍ତି । ଏକାଠି ହୋଇଥିବା ବନ୍ଧୁମାନେ ଆଗାମୀ ଦିନରେ ରାଜ୍ୟର ଗରିବ ତଥା ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠପଢା ପାଇଁ ସହଯୋଗର ହାତ ବଢାଇବା ସହିତ ଭଦ୍ରକ ଏବଂ ଭୁବନେଶ୍ୱର ଅଞ୍ଚଳରେ ଯଥାସମ୍ଭବ ଜନହିତକର କାର୍ଯ୍ୟରେ ସାମିଲ ହେବା ନିମନ୍ତେ ପାୟୋନିର-୭୬ ଦ୍ୱାରା କାର୍ଯ୍ୟପନ୍ଥା ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମ ପ୍ରତାପ ଦାସ ଓ ଶରତ କୁମାର ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା ।


