ପିଣ୍ଡିକି ଗାଁକୁ କଣ୍ଟେନମେଣ୍ଟେ ଜୋନ ଘୋଷଣା କଲେ ଜିଲ୍ଲାପାଳ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ସାରା ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମଣ ଭୟ, ଦିନକୁ ଦିନ ବଢ଼ିବାରେ ଲାଗିଛି ଗଜପତିରେ ତଥାପି ଲୋକେେ ପ୍ରଶାସନର ନିୟମ କୁ ନମାନି ବିଭିନ୍ନ ଭୋଜିଭାତରେ ଯୋଗ ଦେଇ ନିଜ ପରିବାର ଓ ଗ୍ରାମବାସୀଙ୍କୁ ବିପଦରେ ପକାଉଛନ୍ତି । ସେପରି ଆଜି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକିରେ୨ଜଣଙ୍କ ପଜେଟିଭ ବାହରିବାରୁ ଆଜି ପଞ୍ଚାୟତର ପିଣ୍ଡିକି ଓଡ଼ିଆ ସାହି ହରିଜନ ସାହିକୁ ସଂଯୋଗ କରୁଥିବା ୬ ଟି ଜାଗାକୁ କାଠ ପୁତି ବନ୍ଦ କରିବା ସହ ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ଶାହା. ଏହାପରେ ତସିଲିଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ବିଡ଼ିଓ ବଂଶୀଧର ଖୁଶଲା ସରକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ, ହରେକୃଷ୍ଣ ସାହୁ ସରପଞ୍ଚ ଉପସ୍ଥିତିରେ ପିଣ୍ଡିକି ଗାଁକୁ ଯୋଗାଯୋଗ କରୁଥିବା ରାସ୍ତା ଗୁଡ଼ିକୁ ସିଲ୍ କରିଦିଆଯାଇଛି । ଗାଁରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସବୁ ସୁବିଧା ଯୁଗାଇ ଦିଆଯିବ ବୋଲି ବିଡ଼ିଓ କହିଛନ୍ତି । ଶାନ୍ତି ଶୃଙ୍ଖଳ ପାଇଁ ପୋଲିସ୍ ମୁତୟନ କରାଯାଇଛି ।


