କରୋନା ପାଇଁ ଭାରତ ଓ ବାଂଲାଦେଶ ବାଣିଜ୍ୟରେ କ୍ଷତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ପେଟ୍ରୋପୋଲ-ବେନାପୋଲ୍ ସୀମାନ୍ତ ଦେଇ ବାଂଲାଦେଶରୁ ଭାରତକୁ ଆସୁଥିବା ସାମଗ୍ରୀ ଅଟକାଇବାକୁ ନିଷ୍ପତ୍ତି ନେବାରୁ ବାଣିଜ୍ୟରେ ସାଙ୍ଘାତିକ କ୍ଷତି ଦେଖାଦେଇଛି । ପ୍ରତିକ୍ରିୟା ପ୍ରକାଶ କରି ବୁଧବାର ଦିନ ବାଂଲାଦେଶ ମଧ୍ୟ ଭାରତରୁ ବାଂଲାଦେଶ ଯାଉଥିବା କୌଣସି ଟ୍ରକ୍‌କୁ ଛାଡ଼ିବାକୁ ମନା କରିଦେଇଛି। ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି ଯୋଗୁଁ ବାଂଲାଦେଶ ସହ ଦ୍ୱିପାକ୍ଷିକ ବାଣିଜ୍ୟ ଗତବର୍ଷ ତୁଳନାରେ ୪୨୪ ନିୟୁତ ଡଲାର୍‌କୁ ଖସି ଆସିଛି। ଗତବର୍ଷ ଏହି ସମୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଥିଲା ପ୍ରାୟ ୨ ବିଲିୟନ୍ ଡଲାର୍। ୨୦୧୯ ବର୍ଷର ପ୍ରଥମ ପାଞ୍ଚ ମାସ‌ରେ ବାଂଲାଦେଶ ସହ ଭାରତ ୪.୧ ବିଲିୟନ୍ ଡଲାର୍ ବ୍ୟବସାୟ କରିଥିବା ବେଳେ ୨୦୨୦ ବର୍ଷର ପ୍ରଥମ ପାଞ୍ଚ ମାସରେ ତାହା ମାତ୍ର ୨.୯ ବିଲିୟନ୍ ଡଲାର୍ ବୋଲି ଜଣାପଡ଼ିଛି।ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ବାଂଲାଦେଶୀ ବ୍ୟବସାୟୀ ଏବଂ ସରକାର ଦୀର୍ଘ ଦିନ ଧରି ଅସନ୍ତୋଷ ପ୍ରକାଶ କରିଆସୁଥିଲେ। ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯିବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ ୨୩ ତାରିଖରୁ ପେଟ୍ରାପୋଲ-ବେନାପୋଲ ଦେଇ ଭାରତକୁ ବାଂଲାଦେଶରୁ କୌଣସି ସାମଗ୍ରୀ ଆସିବାକୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଉନାହିଁ। ଏପ୍ରିଲ୍ ୨୯ରେ ପଶ୍ଚିମବଙ୍ଗ ସରକାର ଏହି ନିଷେଧାଦେଶ ଉଠାଇବା ପରେ କିଛି ବାଂଲାଦେଶୀ ସାମଗ୍ରୀ ଆସିଥିଲା କିନ୍ତୁ, ଲୋକେ ପ୍ରତିବାଦ କରିବାରୁ ମେ ୨ ତାରିଖରେ ପୁଣି ବନ୍ଦ ହୋଇଗଲା। ପୁଣି ଜୁନ୍ ୭ ତାରିଖରେ ବାଣିଜ୍ୟ ଆରମ୍ଭ ହୋଇଥିଲେ ବି କେବଳ ଭାରତୀୟ ଟ୍ରକ୍ ସବୁ ଏକ ତରଫା ଭାବେ ବାଂଲାଦେଶ ଯାଉଛି। ବାଂଲାଦେଶରୁ କୌଣସି ଟ୍ରକ୍ ଭାରତକୁ ଆସି ପାରୁନାହିଁ। ତ୍ରିପୁରା ଦେଇ ଭାରତକୁ ବାଂଲାଦେଶରୁ କୌଣସି ସାମଗ୍ରୀ ଆସିବାରେ ପ୍ରତିବନ୍ଧକ ନାହିଁ। କିନ୍ତୁ, ଭାରତ-ବାଂଲାଦେଶ ବାଣିଜ୍ୟର ୭୦% ଚାଲେ। ଏପ୍ରିଲ୍ ମାସରେ ଏ ସଂକ୍ରାନ୍ତରେ ଗୃହମନ୍ତ୍ରାଳୟ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କୁ ଆଦେଶନାମା ଜାରି କରିଥିଲେ। ମାତ୍ର କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ନିଷିଦ୍ଧାଦେଶ ଜାରି କରାଯାଇଥିବା ଦର୍ଶାଇ ପଶ୍ଚିମବଂଗ ସରକାର ତାହା ଟାଳି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ