ପିଲା ଜନ୍ମ, ବିବାହରେ ପିଆଯାଏ ରକ୍ତ
ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖାଦେଇଥାଏ । କେତେକ ପଛରେ ବିଶେଷ କାରଣ ରହିଥିବା ବେଳେ ଆଉ କେତେକ ପଛରେ ସେଭଳି କୌଣସି କାରଣ ନ ଥାଏ । ତଥାପି ହଜାର ହଜାର ବର୍ଷ ହେବ ଏହି ପରମ୍ପରାକୁ ଲୋକେ ମାନିଆସିଛନ୍ତି । କେନିଆ ଏବଂ ତାଞ୍ଜନିଆ ପରି ଦେଶରେ ଏକ ବିଶେଷ ମୂହୁର୍ତ୍ତରେ ଗାଈ ରକ୍ତ ପିଆଯାଇଥାଏ । ପିଲା ଜନ୍ମ ଏବଂ ବିବାହ ପରି ଖୁସି ଅବସରରେ ଗାଈ ରକ୍ତ ପିଇବା ଏ ସବୁ ସ୍ଥାନରେ ଏକ ସାଧାରଣ କଥା ।


