ପୁଣି ଥରେ ଫେରାର ହେଲେ ସମୁଦି-ସମୁଦୁଣୀ

ସୁରଟ : ଗୁଜୁରାଟର ସୁରଟ ସହରରେ ଝିଅର ହେବାକୁ ଥିବା ଶାଶୂ ସହ ଫେରାର ହୋଇଥିବା ବାପା ଏବେ ପୁଣି ଚର୍ଚ୍ଚାରେ । ୧୭ ଦିନ ଧରି ହନିମୁନ୍‌ ବନାଇ ଘରକୁ ଫେରିଥିବା ଏହି ପ୍ରେମୀ ଯୁଗଳ ପୁଣି ଥରେ ଫେରାର ହୋଇଯାଇଛନ୍ତି । ଗତ ଶନିବାର ଏହି ଦୁଇ ଜଣ ନିଜ ନିଜ ପରିବାରକୁ ନଜଣାଇ ଘରୁ ଫେରାର ହୋଇଯାଇଛନ୍ତି । ବାପା-ମାଆଙ୍କ ଏହି ପ୍ରେମଲୀଳା ଦେଖି ଉଭୟେ ଯୁବକ ଓ ଯୁବତୀ ବିବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଏହି ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ବୁଝାଇବା ଲାଗି ଅନେକ ଚେଷ୍ଟା କରାଯାଇଥିଲା । ଅନ୍ୟ ମହିଳାଙ୍କୁ ଭୁଲିଯାଅ ବୋଲି ପରିବାର ପକ୍ଷରୁ କୁହାଯାଇଥିଲା । ଗାଁରେ ମଧ୍ୟ ନିଜ ସମୁଦାୟର ବୈଠକ ବସିଥିଲା । ହେଲେ ଉକ୍ତ ବ୍ୟବସାୟୀଙ୍କ ପାଇଁ ଏହି ପରାମର୍ଶ ଗ୍ରହଣୀୟ ହୋଇନାହିଁ । ଶନିବାର ବ୍ୟବସାୟୀ ଜଣଙ୍କ ଘରକୁ ଆଉ ଫେରିନଥିଲେ । ଏନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ଜଣାପଡିଥିଲା ଯେ, ବ୍ୟବସାୟୀଙ୍କ ଝିଅ ଯେଉଁଠାରେ ବାହା ହୋଇଥାନ୍ତେ ସେହି ଘରର ମହିଳା ଅର୍ଥାତ୍‌ ଭାବି ସମୁଦୁଣୀ ମଧ୍ୟ ନାହାଁନ୍ତି । ଉଭୟ ପରିବାର ଏବେ ସ୍ଥିର କରିଛନ୍ତି ଯେ, ଆମେ ସେମାନଙ୍କୁ ଆଉ ଖୋଜିବୁନି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଥର ଫେରାର ହୋଇ ୧୭ ଦିନ ପରେ ଫେରିବା ପରେ ମହିଳାଙ୍କୁ ତାଙ୍କ ସ୍ୱାମୀ ଘରେ ରହିବାର ଅନୁମତି ଦେଇନଥିଲେ । ପରେ ମହିଳା ଜଣଙ୍କ ନିଜ ବାପ ଘରେ ରହିଥିଲେ । ମିଳିଥିବା ସୂଚନା ଅନୁସାରେ ଏହି ଦୁଇ ପ୍ରେମୀ ଯୋଡି ଏବେ ଏକ ଘରଭଡା ନେଇ ବାହାରେ ରହୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ