ପୁଣି ଫସିଲେ କ୍ରିକେଟିୟର ଆଝାରୁଦ୍ଦିନ୍

ହାଇଦ୍ରାବଦ- ମ୍ୟାଚ ଫିକ୍ସିଂ ଙ୍କୁ ନେଇ ସାରା ଦେଶର ବିବାଦୀୟ ହୋଇପଡିଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍ ଆଉ ଏକ ନୂଆ ବିବାଦରେ ପଡିଛନ୍ତି ୨୧ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ତାଙ୍କ ବିରୋଧରେ ମୁମ୍ବାଇ ପୁଲିସ୍ ନିକଟରେ ଏକ ମାମଲା ଆଗତ ହୋଇଛି । ହସ୍ତଗତ ହୋଇଥିବା ସୂଚନାରୁ ଜଣାପଡିିଛି ଯେ, ଆଝାରଦୁଦ୍ଦିନ ବିରୋଧରେ ମୁମ୍ବାଇର ଏକ ଟ୍ରାଭେଲ ଏଜେନ୍ସି କମ୍ପାନିରୁ ତିନିଟି ଆନ୍ତର୍ଜାତିକ ବିମାନ ଟିକେଟ କିଣିଥିଲେ । ତେବେ ଏହି ବିମାନ ଟିକେଟ ବାବଦରେ ଦେବାକୁ ଥିବା ୨୧ ଲକ୍ଷ ଟଙ୍କାର ଦେୟ ତାଙ୍କୁ ନ ଦେଇ କମ୍ପାନିକୁ ଫାଙ୍କି ଦେଇଥିଲେ । ଆଝାରୁଦ୍ଦିନଙ୍କ ଟିକେଟ ବାବଦ ଦେୟ ଆଦାୟ କରିବାରେ ବିଫଳ ହେବା ପରେ ସଂପୃକ୍ତ କମ୍ପାନି ଏବେ ତାଙ୍କ ନାମରେ ୨୧ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ମୁମ୍ବାଇ ପୁଲିସ୍ ନିକଟରେ ଆଗତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ