ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀଯନ୍ତ୍ରୀ କାର୍ଯ୍ୟରୁ ନିଲମ୍ବିତ
ନିମାପଡା, (ସନ୍ତୋଷ ଦାଶ ) ପୁରୀ ପୂର୍ତ୍ତ ବିଭାଗ ଡିଭିଜନ ଅନ୍ତର୍ଗତ ନିମାପଡା ସବ ଡିଭିଜନ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସାରଦା ପ୍ରସନ୍ନ ଦାସ ଓ କାକଟପୁର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଜଗନ ଜେନା ଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର କାର୍ଯ୍ୟ ରୁ ନିଲମ୍ବିତ କରିଛନ୍ତି l ମିଳିଥିବା ସୂଚନାନୁସାରେ ନିମାପଡା -ଅସ୍ତରଙ୍ଗ ମୁଖ୍ୟରାସ୍ତା ର ନବୀକରଣ ଓ ପ୍ରଶସ୍ତିକରଣ ପାଇଁ ସରକାର ପ୍ରାୟ 40କୋଟି ଟଙ୍କା ର ଅନୁଦାନ ଦେଇଥିଲେ l ରାସ୍ତା କାର୍ଯ୍ୟ କରିବାକୁ ଠିକା ନେଇଥିବା ସଂସ୍ଥା ତା ମନମୁଖୀ ଭାବେ ବିଭିନ୍ନ ସ୍ଥାନ ରେ କଲଭଟ ଓ ରାସ୍ତା ନିର୍ମାଣ କରୁ ଥିବାବେଳେ ବିଭାଗୀୟ ଯନ୍ତ୍ରୀ ମାନେ କାର୍ଯ୍ୟ ର ତନଖି କରିବା ବଦଳରେ ସଂସ୍ଥା କୁ ଅନୁଙ୍କପା ଦେଖାଉଥିବା ଅଭିଯୋଗ ହୋଇଥିଲା l ଅପର ପକ୍ଷରେ ରାସ୍ତା ର କାର୍ଯ୍ୟ ନିମ୍ନମlନର ହେଉଥିବା ସମ୍ପର୍କ ରେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖ ରେ ଆନ୍ଦୋଳନ କରାଯାଇଥିଲା l ରାସ୍ତା ର ସୋମନାଥପୁର ଠାରେ ରାସ୍ତା ରେ ପଡ଼ିଥିବା ନୂଆ ପିଚୁ ପରସ୍ତ ପରସ୍ତ ହୋଇ ଛାଡୁଥିବା ଦେଖିବାକୁ ମିଳିଥିଲା l ଏ ସମସ୍ତ ଅଭିଯୋଗ ପାଇ ପୁରୀ ଜିଲ୍ଲାପାଳ ସମର୍ଥବର୍ମା ଘଟଣା ର ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ l ଜିଲ୍ଲାପାଳ ଙ୍କ ତଦନ୍ତ ରିପୋର୍ଟ ଓ ପୂର୍ତ୍ତ ବିଭାଗ ଅଧିକାରୀ ଙ୍କ ତଦନ୍ତ ରିପୋର୍ଟ ପାଇ ବିଭାଗୀୟ ସଚିବ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି l


