ବାପା ମାଆ ଛେଉଣ୍ଡ ଝିଅକୁ ସହଯୋଗର ହାତ ବଢ଼ାଇଲେ ବିଧାୟକ ଶ୍ରୀକାନ୍ତ ସାହୁ

ପୋଲସରା (ଅନିଲ ମହାରଣା): ପୋଲସରା ଏନ୍.ଏ.ସି. କଳମ୍ବ ସାହିର ସ୍ବର୍ଗତ ସତ୍ୟନାରାୟଣ ମିଶ୍ର ଙ୍କ ବିଧବା ପତ୍ନୀ ଉଷାରାଣୀ ମିଶ୍ରଙ୍କ ଗୁରୁବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ୫ ବର୍ଷ ପୂର୍ବେ ସତ୍ୟନାରାୟଣ ମିଶ୍ର ମୃତ୍ୟୁବରଣ କରିଥିବା ବେଳେ ପତ୍ନୀ ଉଷାରାଣୀ ଦିର୍ଘ ଦିନଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ଉଭୟ ବାପା ମାଆ ଙ୍କ ବିୟୋଗରେ ଏକ ମାତ୍ର ଝିଅ ସୋନାଲି ମିଶ୍ର ବର୍ତ୍ତମାନ ବାପା ମାଆ ଛେଉଣ୍ଡ ହୋଇ ଅସହାୟ ହୋଇପଡିଛନ୍ତି । ଖବର ଜାଣିବା ପରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବାପ ମାଆ ଛେଉଣ୍ଡ ଝିଅ ସୋନାଲି ଙ୍କୁ ଭେଟି ଆଶ୍ୱସନା ଦେବାସହ ସୋନାଲି ପାଠ ପଢ଼ିବା ପାଇଁ ସହାୟତା ଯୋଗାଇ ଦେବା କୁ ପ୍ରତିଶୃତି ଦେଇଛନ୍ତି । ପାଠ ପଢିବା ପାଇଁ ବିଧାୟକ ଶ୍ରୀ ସାହୁ ସହଯୋଗର ହାତ ବଢ଼ାଇବା ପରେ ସୋଲଳିଙ୍କ ଆତ୍ମବିଶ୍ବାସ ଦୃଢ଼ ହୋଇପାରିଛି । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ମୋତିରାମ ସାହୁ , ନଗର ବିଜେଡି ସଭାପତି ରଞ୍ଜିତ ସାହୁ , ନଗର ଯୁବ ବିଜୁ ଜନତା ଦଳ ସଭାପତି ସନ୍ତୋଷ କୁମାର ବେହେରା,ପୂର୍ବତନ ନଗର ବିଜେଡି ସଭାପତି ଭଗବାନ ସାହୁ , ପୂର୍ବତନ ବ୍ଲକ ବିଜେଡି ସଭାପତି ଗୋପାଳ କୃଷ୍ଣ ସାହୁ, ନଗର ବିଜେଡି ସମ୍ପାଦକ ଅଭିଷେକ ଡାକୁଆ,ବ୍ଲକ ବିଜେଡି ସମ୍ପାଦକ ରତ୍ନାକର ସାହୁ, ନଗର ବିଜୁ ଯୁବ ଜନତା ସମ୍ପାଦକ ବାବୁଲି ପଟ୍ଟନାୟକ, ବିଜୁ ଛାତ୍ର ଜନତା ଜିଲ୍ଲା ସମ୍ପାଦକ ରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ