ପେଟ୍ରୋଲିୟମ ରୋଡ ଟ୍ୟାଙ୍କର ପାଇଁ କାଗଜମୁକ୍ତ ଲାଇସେନ୍ସ ପ୍ରକ୍ରିୟାର ଶୁଭାରମ୍ଭ

ବ୍ୟବସାୟିକ ସୁଗମତା ହେବ ସୁନିଶ୍ଚିତଚା ଲାଭାନ୍ୱିତ ହେବେ ୧ ଲକ୍ଷ ପେଟ୍ରୋଲିୟମ ରୋଡ ଟ୍ୟାଙ୍କର ମାଲିକଚା ନାଲିଫିତା ଓ ଅମଲାତନ୍ତ୍ରିକ ବାଧା ଉପରେ ଲାଗିବ ଅଙ୍କୁଶ।ପେଟ୍ରୋଲିୟମଜାତ ସାମଗ୍ରୀର ପରିବହନ ଲାଗି ପେଟ୍ରୋଲିୟମ ରୋଡ ଟ୍ୟାଙ୍କରଗୁଡ଼ିକୁ କାଗଜମୁକ୍ତ ଲାଇସେନ୍ସ ପ୍ରଦାନ କରାଯିବା ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଉଦ୍ୟୋଗ ପ୍ରୋତ୍ସାହନ ଏବଂ ଅନ୍ତରୀଣ ବ୍ୟବସାୟ ବିଭାଗ (ଡିପିଆଇଆଇଟି) ପକ୍ଷରୁ ପେଟ୍ରୋଲିୟମ ନିୟମ, ୨୦୦୨ ଅନ୍ତର୍ଗତ ପେଟ୍ରୋଲିୟମ ଏବଂ ବିସ୍ଫୋରକ ସୁରକ୍ଷା ସଂଗଠନ (ପିଇଏସଓ) ମାଧ୍ୟମରେ ଏହି ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ଏବଂ ବ୍ୟବସାୟିକ ସୁଗମତା ସଂକଳ୍ପକୁ ଆଖି ଆଗରେ ରଖି ଏପରି ପ୍ରୟାସ ହୋଇଛି । କାଗଜମୁକ୍ତ ତଥା ସବୁଜ ଭାରତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି, ଯାହାଦ୍ୱାରା ପେଟ୍ରୋଲିୟମ ରୋଡ ଟ୍ୟାଙ୍କର ମାଲିକମାନଙ୍କ ବ୍ୟବସାୟ ଓ ଜୀବନ ସହଜ ହୋଇପାରିବ । ଏହି ଡିଜିଟାଲ ପ୍ରକ୍ରିୟାରେ ଅନଲାଇନ ଆବେଦନ ଗ୍ରହଣ କରାଯିବ । ଏଥିରେ ଆବଶ୍ୟକ ଫି’ ମଧ୍ୟ ଅନଲାଇନ ଦାଖଲ କରାଯିବ । ଫଳରେ ମାନବୀୟ ହସ୍ତକ୍ଷେପ ବିନା ଆବଶ୍ୟକ ଫି’ ବାବଦ ଅର୍ଥ ସିଧାସଳଖ ସମ୍ପୃକ୍ତ ଅଧିକାରୀଙ୍କ ଆଇଡିରେ ପଇଠ ହୋଇଯିବ । ଆବେଦନ ପ୍ରକ୍ରିୟାକରଣ ହେବାର ପ୍ରତ୍ୟେକ ପର୍ଯ୍ୟାୟରେ ଏସଏମଏସ ଏବଂ ଇ-ମେଲ ଜରିଆରେ ଆବେଦନକାରୀଙ୍କୁ ସୂଚନା ଦିଆଯିବ । ଆବେଦନରେ ତ୍ରୁଟି, ଲାଇସେନ୍ସ ମଞ୍ଜୁରି କିମ୍ବା ଅନୁମୋଦନ ଆଦି ସମସ୍ତ ସୂଚନା ଏହି ପଦ୍ଧତିରେ ଦିଆଯିବ । ଏହା ମଧ୍ୟ ଆବେଦନକାରୀଙ୍କ ପ୍ରୋଫାଇଲରେ ଉଲ୍ଲେଖ ରହିବ । ନୂଆ ପ୍ରକ୍ରିୟା ପ୍ରତ୍ୟେକ ପର୍ଯ୍ୟାୟରେ ଆବେଦନକାରୀଙ୍କୁ ସଦ୍ୟତମ ସୂଚନା ପ୍ରଦାନ କରିବ । କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ଲାଇସେନ୍ସ ଜାରି ହେବା ପରେ ଇ-ମେଲ ଏବଂ ଏସଏମଏସ ବାର୍ତା ମିଳିବ ଏବଂ ଲାଇସେନ୍ସ ଇଲେକ୍ଟ୍ରୋନିକ ମାଧ୍ୟମରେ ପଠାଇ ଦିଆଯିବ । ଏ ସମସ୍ତ କାମରେ ଛାପିବା କିମ୍ବା ଶାରୀରିକ ଭାବେ ଲାଇସେନ୍ସ ପହଁଚାଇବାର କୌଣସି ଆବଶ୍ୟକତା ରହିବ ନାହିଁ । ଏହି ଅସାଧାରଣ ପଦକ୍ଷେପ ଫଳରେ ୧ ଲକ୍ଷରୁ ଅଧିକ ପେଟ୍ରୋଲିୟମ ରୋଡ ଟ୍ୟାଙ୍କର ମାଲିକ ଲାଭାନ୍ୱିତ ହୋଇପାରିବେ । ପେଟ୍ରୋଲିୟମ ନିୟମ ୨୦୦୨ ଅଧୀନରେ ଜାରି ମୋଟ ଲାଇସେନ୍ସ ମଧ୍ୟରୁ ଅର୍ଦ୍ଧାଧିକ ଲାଇସେନ୍ସ ରୋଡ ଟ୍ୟାଙ୍କର ମାଲିକମାନଙ୍କୁ ହିଁ ଦିଆଯାଇଛି । ପିଇଏସଓର ୱେବସାଇଟରେ ସର୍ବସାଧାରଣ ପାଇଁ ଲାଇସେନ୍ସର ପ୍ରମାଣିକତା ଯାଂଚ ସୁନିଶ୍ଚିତ କରାଯାଇପାରିବ । ଏହାଦ୍ୱାରା ପେଟ୍ରୋଲିୟମ ଓ ଗ୍ୟାସ ଉଦ୍ୟୋଗରେ ବ୍ୟାପକ ପରିବର୍ତନ ଆସିପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ