ମା ପୁଅ ଡ୍ରାମା
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ବିଧାନସଭା ଚାଲିଥିବା ବେଳେ ଜଣେ ଯୁବକ ବିଧାନସଭା ସମ୍ମୁଖରେ ନିଜ ମାଆଙ୍କ ବେକରେ ଛୁରୀ ଲଗାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରୁ ଉକ୍ତ ଯୁବକକୁ ପୁଲିସ କାବୁ କରିଥିବା ବେଳେ, ମଆଙ୍କୁ ଉଦ୍ଧାର କରାଯାଇଛି। ଯୁବକ ଜଣଙ୍କ ନୟାଗଡ ଜିଲାର ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ଆଜି ସକାଳେ ବିଧାନସଭା ଚାଲିଥିବା ବେଳେ ହଠାତ୍ ଜଣେ ଯୁବକ ପହଞ୍ଚି ଜଣେ ମହିଳାଙ୍କୁ କାବୁ କରି ତାଙ୍କ ବେକରେ ଛୁରୀ ଲଗାଇ ଦେଇଥିଲା। ପରବର୍ତ୍ତି ସମୟରେ ମହିଳାଙ୍କୁ ଛୁରି ଲଗାଇଥିବା ଯୁବକ ତାଙ୍କ ପୁଅ ବୋଲି ଜଣାପଡ଼ିଥିଲା। ଉକ୍ତ ଯୁବକକୁ କାବୁ କଲାବେଳେ ସେ କିଛି କହିବାକୁ ଚାହିୁଁଥିବା ଦେଖିବାକୁ ମିଳିଛି। ଏପରିକି ଯୁବକ ଜଣକ ପୁରୀ ରତ୍ନ ଭଣ୍ଡାର ଦୁର୍ନୀତି ଓ ମଠ ରୁ ହୋଇ ଥିବା ଦୁର୍ନୀତି ବିଷୟରେ ତାଙ୍କ ପାଖେ ପ୍ରମାଣ ଅଛି କହିବା ସହ କିଛି ମନ୍ତ୍ରୀଙ୍କ ନା ନେଇ ଥିଲେ । ପରେ ଆଖପାଖରେ ଥିବା ପୁଲିସ୍ କର୍ମଚାରୀ ସେଠାରେ ପହଞ୍ଚି ଯୁବକଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁବକଜଣକ ମହିଳାଙ୍କ ବେକରେ ଛୁରୀ ଲଗାଇ ଧମକ ଦେଉଥିବାରୁ ବହୁ କଷ୍ଟରେ ତାଙ୍କ କବଳରୁ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା।


