ସହିଦ ସପ୍ତାହ ପରେ ପୁଣିଥରେ ପୁଲିସ୍‍ ସକ୍ରିୟ,୧୨୦ ଏକର ଜମିରୁ ଗଞ୍ଜେଇ କାଟ୍‍

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଓଡିଶା ରାଜ୍ୟର ଏକ ପ୍ରମୁଖ ଆଦିବସୀ ବହୁଳ ଜିଲ୍ଲା ହେଉଛି କନ୍ଧମାଳ ଜିଲ୍ଲା। ଜିଲ୍ଲାରେ ୧୦୦ ରୁ ୮୦ ପ୍ରତିଶତ ଲୋକ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ହୋଇଥିବା ବେଳେ ଏଠିକାର ଅଧିବାସୀମାନେ ମୁଖ୍ୟତଃ କୃଷି କାର୍ଯ୍ୟ କରି ନିଜର ଜୀବିକା ନିର୍ଭର କରିଥାନ୍ତି। ଅନ୍ୟପଟେ ଏଠି କର୍ମନିଯୁକ୍ତିର ଅଭାବ ଥିବାରୁୁ ଅନେକ ଯୁବକ ଯୁବତୀ ପାଠପଢି ବେକାର ହୋଇ ରହିଥିବା ବେଳେ ଅନେକ ଯୁବକ ଯୁବତୀ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଦିର୍ଘ ଦିନ ଧରି ଜିଲ୍ଲାରେ ଏହି ସମସ୍ୟା ଲାଗି ରହିଥିବା ବେଳେ ଅନେକ ଶିକ୍ଷିତ ଯୁବକ ଯୁବତୀ ଏବେ କର୍ମନିଯୁକ୍ତି ଅଭାବରୁ ନିଳ ଜହର କୁହାଯାଉଥିବା ବେଆଇନ ଗଞ୍ଜେଇ ଚାଷକୁ ଆପଣେଇ ନେଇଛନ୍ତି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।କନ୍ଧମାଳ ଜିଲ୍ଲାର ଦ୍ୱିତୀୟ ବୃହତମ ବ୍ଲକ ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ ଏହି ବେଆଇନ ଗଞ୍ଜେଇ ଚାଷ ବହୁ ମାତ୍ରରେ ଥିବା ବେଳେ ଗୋଛାପଡ଼ା ଥାନା ଅଞ୍ଚଳରେ ମଧ୍ୟ ବ୍ୟାପକ ଭାବେ ଚାଷ ହୋଇଛି l ଅନ୍ୟପଟେ ରୋଜଗାର ପାଇଁ ଏହି ଫିରିଙ୍ଗିଆ ବ୍ଲକରେ କୈାଣଷି ସୁବିଧା ସୁଯୋଗ ନ ଥିବାରୁ ଲୋକେ ଏହି ନିଳ ଜହର ଚାଷକୁ ବାଧ୍ୟ ହୋଇ ଆପଣେଇ ନେଇଛନ୍ତି। ଜିଲ୍ଲାରେ ଏହି ନିଳଜହର ଉପରେ ରୋକ ଲଗେଇବା ପାଇଁ ପୋଲିସ ବିଭାଗ ଠାରୁ ଆରମ୍ଭ କରି ଅବକାରୀ ବିଭାଗର ବହୁ କର୍ମଚାରିମାନେ ଅନବରତ ଚେଷ୍ଟା ଜାରି ରଖିଛନ୍ତି କିନ୍ତୁ ଏତେ ସବୁ କଡା ସୁରକ୍ଷା ଥାଇ ମଧ୍ୟ ଏହି ନିଳ ଜହର ଉପରେ ରୋକ ଲଗାଯାଇପାରୁନାହିଁ। ଏହି ଫିରିଙ୍ଗିଆ ଅଞ୍ଚଳରୁ ବେଆଇନ ଭାବରେ କୋଟିକୋଟି ଟଙ୍କାର ଗଞ୍ଜେଇ କେବଳ ଜିଲ୍ଲା ନୁହଁ ଜିଲ୍ଲା ବାହାରକୁ ତଥା ରାଜ୍ୟ ବାହାରକୁ ମଧ୍ୟ ଚାଲାଣ ହେଉଛି। ଲଗାତାର ଭାବରେ ପୋଲିସ ଓ ଅବକାରୀ ବିଭାଗ ଅଞ୍ଚଳରେ ଥିବା ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଚାଲିଥିିବା ବେଳେ ଆନ୍ତଃ ଜିଲ୍ଲା ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ମାନେ ଧରାପଡି ଜେଲ ମଧ୍ୟ ଯାଉଛନ୍ତି। କିନ୍ତୁ ଏହି ନିଳଜହର କାରବାର ଏତେ ମାତ୍ରାରେ ବଢିଯାଇଛିଯେ,ଯାହାକୁ ରୋକ ଲଗେଇବା ପାଇଁ ପ୍ରଶାସନ ଓ ପୋଲିସକୁ ନାକେଦମ ହେବାକୁ ମଧ୍ୟ ପଡୁଛି। ଅନ୍ୟପଟେ ପ୍ରତ୍ୟେକ ବର୍ଷ ସହସହ ଏକର ଜଙ୍ଗଲ ଜମିରେ ଏହି ନିଳଜହର ଚାଷ ହୋଇ ଆସୁଥିଲେ ମଧ୍ୟ ବନବିଭାଗ ଜାଣିପାରୁନଥିବା ପରିତାପ ର ବିଷୟ ପାଲଟିଛି। ଗଞେଇ ଗଛ ଲଗାଯିବା ସମୟରେ ସମସ୍ତେ ନିରବ ରହୁଥିବା ବେଳେ ଗଛ ଗୁଡିକ ପାକଳ ହେବା ସମୟରେ କାର୍ଯ୍ୟାନୁଷ୍ଠାନ ବା ଗଞ୍ଜେଇ କଟା ଅଭିଯାନ ଆରମ୍ଭ ହୋଇଯାଉଛି। କୋଟିକୋଟି ଟଙ୍କାର ଗଞେଇ ଗଛ ଗୁଡିକୁ ପୋଲିସ ଓ ଅବକାରୀ ବିଭାଗ ମିଳିମିଶି କାଟି ନଷ୍ଟ କରିଦେଉଛନ୍ତି। ଏହି ପରିପ୍ରେକ୍ଷିରେ ଦିର୍ଘ ମାସେ ହେଲା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏହି ଗଞ୍ଜେଇ ଗଛ କଟା ଅଭିଯାନ ଜାରିରହିଥିବା ବେଳେ ମାଓବାଦୀଙ୍କ ସହିଦ୍‍ ସପ୍ତାହ ଯୋଗୁଁ ଏହା ବନ୍ଦ ହୋଇଥିବା ବେଳେ ଶୁକ୍ରବାର ଠାରୁ ପୁଣିଥରେ ଆରମ୍ଭ ହୋଇଛି ଗଂଜେଇ କଟା ଅଭିଯାନ। ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓଙ୍କ ନେତୃତ୍ୱରେ ଗତ ୧୩ ଦିନ ମଧ୍ୟରେ ସମୁଦାୟ ୧୭୦୦ ଏକର ଜଙ୍ଗଲ ଜମିରେ ବେଆନ ଭାବରେ ଚାଷ ହୋଇଥିବା ଗଞ୍ଜେଇ ଗଛ ସବୁକୁ ନଷ୍ଟ କରିଦିଆଯାଇ ସାରିଥିବା ବେଳେ ଜାହାର ଆନୁମାନିକ ମୂଲ୍ୟ ୧୭ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଶୁକ୍ରବାର ଫିରିଙ୍ଗିଆ ଥାନା ଅଧିକାରିଙ୍କ ନେତୃତ୍ୱରେ ଅବକାରୀ ବିଭାଗର ସହେଯାଗ ରେ ଫିରିଙ୍ଗିଆ ବ୍ଲକ ଜାଜେସପାଙ୍ଗା ପଞ୍ଚାୟତ ରପଡିପାଙ୍ଗା, ନୁଆଁସାହି, ପିଅନପଡା ଅନଚଳରେ ଥିବା ଜଙ୍ଗଲ ଜମି ମାନଙ୍କ ରେ ଚଢଉ କରି ପ୍ରାୟ ୧୨୦ ଏକର ଜମିରେ ଚାଷ ହୋଇଥିବା ବେଆଇନ ଗଞ୍ଜେଇ ଗଛ ସବୁ କାଟି ନଷ୍ଟ କରିଦିଆଯାଇଛି ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏ ସକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ୧୧୧ା୨୦ରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ତେବେ ପୋଲିସ ଓ ଅବକାରୀ ବିଭାଗର କଡା ସୁରକ୍ଷା ବଳୟକୁ ଭେଦ କରି ବେଧଡକ ଭାବରେ ଏହି ନିଳ ଜହର ଚାଷ ହୋଇ ଆସୁଥିବା ବେଳେ ଚାଷ ଆରମ୍ଭରୁ କିଭଳି କେହି ଜାଣିପାରୁ ନାହାଁନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ