ପୋଲ ନାହିଁ ଜୀବନକୁ ବାଜିଲଗାଇ ୫ପଂଚାୟତବାସୀଙ୍କ ଯାତାୟାତ
ମୋହନା (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଳା ଅନ୍ତର୍ଗତ ଜିରାଙ୍ଗ ପଂଚାୟତର କୋମଳସିଂ ନଦୀରେ ପୋଲ ନଥିବାରୁ ଅଂଚଳ ବସି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସାମାନ୍ୟ ବର୍ଷ ହେଲେ ଅଂଚଳ ବସି ଯାତାୟତରେ ବହୁ ସମସ୍ୟା ଭୋଗିବା ସହ ଜୀବନକୁ ବାଜି ଲାଗିରେ ଜଳ ଶ୍ରୋତ୍ତରେ ଯାତାୟାତ କରୁଛନ୍ତି, ୫ଟି ପଂଚାୟତର ବାସିନ୍ଧା ମାନେ ଏକ ପ୍ରକାର ଜଳ ବନ୍ଦି ଜିବନ କାଟୁଛନ୍ତି । ବର୍ଷା ଦିନରେ ଗମନାଗମନା ପ୍ରଭାବିତ ହେବା ସହ ଅଂଚଳବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜିବିକା ଉପରେ ଏହାର ପ୍ରଭାବ ପଡୁଛି । ଡାବରାଗୁଡା ଗ୍ରାମଠାରୁ କୋମଳସିଂ ଗ୍ରାମକୁ ସଂଯୋଗ କରୁଥିବା ଏହି ରାସ୍ତାରେ ପଡୁଛି ଏହି କୋମଳସିଂ ନଦୀ । ରାସ୍ତା ଦେଇ ମୋହନା ବ୍ଳକର ଧାଡିଆମ୍ବ, ଜିରାଙ୍ଗ ଓ ବାଘମାରୀ ପଂଚାୟତ ସମେତ ଆର.ଉଦୟଗିରି ବ୍ଳକର ଡାବରାଗୁଡା ଓ ଛେଲାଗଡ ପଂଚାୟତର ଗ୍ରାମବାସୀ ମାନେ ଏହାଉପରେ ନିର୍ଭର କରୁଥିବା ବେଳେ ବର୍ଷା ରୁତୁରେ ଲୋକଙ୍କ ଜିବନ ଜିବିକା ଏକ ପ୍ରକାର ଠପ ହୋଇଯାଇଥାଏ । ନଦୀର ଜଳ ସ୍ତର ବଢିଗଲେ, ଦୈନନ୍ଦିନ ହାଟ ବଜାର ସମେତ ସ୍କୁଲ କଲେଜ ଓ ଅତ୍ୟାବଶ୍ୟକୀୟ ମେଡିକାଲ ସେବାରୁ ବଂଚିତ ହେଉଛନ୍ତି । ଏହି କୋମଳସିଂ ନଦୀ ଉପରେ ପୋଲ ନିର୍ମାଣ ହେଲେ, ୨ ଗୋଟି ବ୍ଳକର ୫୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀଙ୍କ ଗମନାଗମନ ସୁବିଧା ହେବା ସହ ଶିକ୍ଷା ଓ ସ୍ୱାସ୍ଥ ଓ ଦେନନ୍ଦିନ ଜିବିକାର ବିକାଶ ହୋଇପାରିବ । ତେବେ ଏ ନେଇ ବିଡିଓଙ୍କୁ ପଚରାବାରୁ ସେ କହିଛନ୍ତି, ପଂଚାୟତ ସମିତି ବୈଠକରେ ପ୍ରସ୍ତାବ ଦେବା ସହ ଜିଲ୍ଲା ଗ୍ରାମ ଉନ୍ନୟନ ବିଭାଗ ସହୟତାରେ ତୁରନ୍ତ ପୋଲ ନିର୍ମାଣ ପାଇ ପଦକ୍ଷେପ ଗ୍ରହଣ କରାଯିବ ।


