ଅକରୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ):ବ୍ରାହ୍ମଣୀଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅକରୁଆର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ଏହି ଉତ୍ସବକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ଏଥିରେ ଏଥିରେ ଦୌଡ, ଜାଭେଲିନ, ଡିସକସ, ସଟଫୁଟ ଥ୍ରୋ, ଗଣିତ ଦୌଡ, ମ୍ୟୁଜିକ ଚେୟାର, ଝୋଟିଚିତ୍ର, ସ୍ଲୋ ସାଇକେଲ ରେସ, ଉଚ୍ଚ ଡିଆଁ, ଲମ୍ବଡିଆଁ, ସଙ୍ଗୀତ, ନୃତ୍ୟ ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଶିକ୍ଷୟତ୍ରୀ ଅନୀତା ରାଉତ, ମୋନାଲୀସା ଦାଶ, ସରସ୍ୱତୀ ଜେନା, ବିଶ୍ୱମ୍ବର ସାହୁ ପ୍ରମୁକ ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀଙ୍କ କଳା ନୈପୁଣ୍ୟକୁ ମୁଲ୍ୟାୟନ କରିଥିଲେ । ଶିକ୍ଷକ ଅନାମ ଚରଣ ସାମଲ ଖେଳ ପରିଚାଳନା କରିଥିଲେ । ଆଜି ଏହାର ଉଦଯାପନ ଉତ୍ସବରେ ଅକରୁଆ ପଞ୍ଚାୟତର ସରପଞ୍ଚ ହେମଲତା ବେହେରା, ସ୍କୁଲ ପରିଚାଳନା କମିଟିର ସଭାପତି ଅଭିନ୍ନ ଖଟୁଆ, ପଦ୍ମନାଭ ଜେନା, ପୁର୍ବତନ ସମିତିସଭ୍ୟ ମନୋଜ ଜେନା, କମିଟି ସଦସ୍ୟ ସନାତନ ଜେନା ପ୍ରମୁଖ ଯୋଗଦେଇ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଛାତ୍ର ମଳୟ କୁମାର ଜେନା, ଛାତ୍ରୀ ବିଭାଗରେ ଅର୍ପିତା ଜେନା ଚମ୍ପିୟନ ହୋଇଥିଲେ । ଶିକ୍ଷୟତ୍ରୀ ଶାନ୍ତି ଜେନା ମଞ୍ଚ ସଂଯୋଜନା କରିଥିଲେ । ସହକାରୀ ଶିକ୍ଷକ ରାମଚନ୍ଦ୍ର ଡୋରା ଧନ୍ୟବାଦ ଅର୍ପଣ କରିଥିବାବେଳେ ଅନିଲ କୁମାର ଓଝା, ଏଲଇପି ଟିଚର ଘଗେଶ୍ୱର ମହାଳିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ