ପ୍ରଭୁ ଆଖଣ୍ଡଳମଣି ଙ୍କ ବାର୍ଷିକ ଆବିର୍ଭାବ ଉତ୍ସବ ଆରମ୍ଭ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନୟାହାଟ ସ୍ଥିତ ପ୍ରଭୁ ଆଖଣ୍ଡଳମଣି ମନ୍ଦିର ରେ ଶମ୍ଭୁଙ୍କ ବାର୍ଷିକ ଆବିର୍ଭାବ ଉତ୍ସବ ଗତ ଶନିବାର ଠାରୁ ଆରମ୍ଭ ହୋଇଛି।ଏହି ଉତ୍ସବ ସାତ ଦିନ ଧରି ଅନୁଷ୍ଠିତ ହେବ ବୋଲି ମନ୍ଦିର ର ମୁଖ୍ୟ ପୂଜକ ବାବା ସୁଧାକର ଦାସ ପ୍ରକାଶ କରିଛନ୍ତି। ମନ୍ଦିର ପରିଚାଳନା କମିଟି ପକ୍ଷରୁ ସାନ ବାବା ଉମେଶ ଚୈତନ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଥିବା ଉକ୍ତ ଉତ୍ସବ ରେ ଶତାଧିକ ଭକ୍ତ ନିକଟସ୍ଥ ପ୍ରାଚୀ ନଦୀ ରୁ କଳସ ରେ ଜଳ ଆଣି ମନ୍ଦିର ପରିସର ରେ ସ୍ଥାପନା କରିବାପରେ ସପ୍ତଦିନ ବ୍ୟାପି ଅଷ୍ଟପ୍ରହରୀ ନାମ ଯଜ୍ଞ ଓ ଭାଗବତ ସପ୍ତାହ ପାରାୟଣ ଆରମ୍ଭ ହୋଇ ଥିଲା। କର୍ତ୍ତା ଭାବେ ସନ୍ତୋଷ ପ୍ରଧାନ ଓ କଳିଙ୍ଗ ପାତ୍ର କାର୍ଯ୍ୟ କରୁଥିବାବେଳେ କର୍ତ୍ତି ଭାବେ କବିତା ପ୍ରଧାନ ଓ ମାମିଲତା ପାତ୍ର ପୂଜା କାର୍ଯ୍ୟ କରୁଛନ୍ତି। ମନ୍ଦିର ର ପୂଜକ ଭାବେ ରମେଶ ପାଢ଼ୀ ଓ ଯଜ୍ଞ ମଣ୍ଡପ ର ପୂଜକ ଭାବେ ମୋହନ ମହାପାତ୍ର ଓ ସୁମନ ମହାପାତ୍ର ଠାକୁର ଙ୍କ ପୁଜା ନୀତି କରୁଛନ୍ତି। କ୍ଷୀରୋଦ ରଥ, ଅନୀଲ ପାଢ଼ୀ, ନିଶିକାନ୍ତ ତ୍ରିପାଠୀ, ବିଶ୍ୱଜିତ ରଥ, ଓଁ ପ୍ରକାଶ ମହାପାତ୍ର,ଆଲୋକ ମହାପାତ୍ର, ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଆଚାର୍ଯ୍ୟ ଭାବେ ଯଜ୍ଞ ରେ ଆହୁତି ପ୍ରଦାନ କରୁଛନ୍ତି। ମହେଶ୍ୱର ମହାପାତ୍ର ପୁରୋହିତ କାର୍ଯ୍ୟ କରୁଥିବା ବେଳେ ପଣ୍ତିତ ନିରଞ୍ଜନ ମିଶ୍ର ଶ୍ରୀ ମଦ ଭାଗବତ ପାଠ କରୁଛନ୍ତି।ଆସନ୍ତା ୧୬ ତାରିଖ ଶୁକ୍ରବାର ଦିନ ଯଜ୍ଞ ରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇ ଏହି ଧାର୍ମିକ କାର୍ଯ୍ୟକ୍ରମ ର ପରିସମାପ୍ତି ଘଟିବ। ଅଷ୍ଟପ୍ରହରୀ ନାମ ଯଜ୍ଞ ଓ ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ପାଇଁ ଆଖଣ୍ଡଳମଣି ମନ୍ଦିର ଉତ୍ସବ ମୁଖର ହୋଇ ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ