ପ୍ରଶାସନ ପକ୍ଷରୁ ବଞ୍ଚୋ ବାଲିଘାଟରେ ନାଲି ପତାକା ମରାଗଲା

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବଞ୍ଚୋ ବାଲିଘାଟରୁ ବେ ଆଇନ ଭାବେ ନିୟମିତ ବାଲି ଚୋରା ଚାଲାଣ ହେବାରୁ ପ୍ରଶାସନ ଏଥିରେ ରୋକ ଲଗାଇବା ଉଦ୍ଧେଶ୍ୟ ରେ ଆଜି ନଦୀଘାଟ ରାସ୍ତାକୁ ଟ୍ରେଞ୍ଚ ଖୋଳିବା ସହ ବାଡବୁଜି ନାଲିପତାକା ଲଗାଇଛି । ଖବରରୁ ଜଣାଯାଇଛି ଯେ ଏହି ବାଲିଘାଟକୁ ପୁର୍ବରୁ ହାଟଡିହି ତହସିଲ ପକ୍ଷରୁ ଲିଜ ଦିଆଯାଇଥିଲା । ଏବେ ଲିଜଧାରୀଙ୍କ ପକ୍ଷରୁ ବାଲି ଉତ୍ତୋଳନ ବନ୍ଦ ଥିବାବେଳେ ନିଲାମଧାରୀ ଏନେଇ ମାନ୍ୟବର ହାଇକୋର୍ଟରେ ଏକ ମାମଲା ଦାୟର କରି ଥିଲେ ।ଯାହାକି ଏବେ କୋର୍ଟରେ ବିଚାରଧିନ ଅଛି । କିନ୍ତୁ ଗତ କିଛିମାସ ହେବ କିଛି ଲୋକ ନିୟମିତ ଟ୍ରକ, ଟ୍ରାକ୍ଟର ଯୋଗେ ବାଲି ଉତ୍ତୋଳନ କରିଚାଲିଛନ୍ତି । ଯାହାକୁ ନେଇ ତହସିଲରେ ଅଭିଯୋଗ ହେବାପରେ ତହସିଲଦାର ଅନେକ ସମୟରେ ଚଢ଼ାଉ କରିଥିଲେବି ସଫଳ ହୋଇପାରି ନଥିଲେ । ତେଣୁ ତହସିଲଦାରଙ୍କ ନିଦେ୍ର୍ଦଶରେ ରାଜସ୍ୱ ନିରୀକ୍ଷକ ଓ  ଆନନ୍ଦପୁର ପୁଲିସ ଉପସ୍ଥିତିରେ ଆଜି ବାଲିଘାଟର ରାସ୍ତାକୁ ମାପଚୁପ କରାଯିବାପରେ ବାଲିଘାଟ ରାସ୍ତାଟି ଲିଜଧାରୀଙ୍କ ନାମରେ ଥିବା ଜଣାପଡିଥିଲା । ବାଲିଘାଟକୁ ଯିବାକୁ ରାସ୍ତା ନଥିବାରୁ ଏହାର ଟେଣ୍ଡର ପ୍ରକ୍ରୀୟା ହୋଇପାରି ନଥିବାବେଳେ ରାସ୍ତାରେ ଟ୍ରେଞ୍ଚ ଖୋଳାଯାଇ ବାଡ ବୁଜିବା ସହ ନାଲି ପତାକା ଲଗାଇଛନ୍ତି । ଆଜି ତହସିଲଦାର ଦିଲ୍ଲିପ କୁମାର ସାହୁ, ଅତିରିକ୍ତ ତହସିଲଦାର ରଶ୍ମୀ ରଞ୍ଜନ ଦାସ, ବଞ୍ଚୋ ସର୍କଲର ରାଜସ୍ୱ ନିରୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ