ଆଜାଦୀ କା ଅମୃତ ମହୋତ୍ସବ ପାଳିତ 

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-କୋଣାର୍କ ଥାନା ଅଧିନସ୍ଥ ବନାଖଣ୍ଡି ଗ୍ରାମପଞ୍ଚାୟତର ମାଙ୍କରଗୋରଡି ଗ୍ରାମ ଠାରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଆଜାଦୀ କି ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଖବରରୁ ପ୍ରକାଶ ଯେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହଯୋଗରେ ବନାଖଣ୍ଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଆନୁକୂଲ୍ୟରେ ଭାରତ ସ୍ୱାଧୀନତା ନିମନ୍ତେ ନିଃସ୍ୱାର୍ଥପର ସେବା ଓ ରାଷ୍ଟ୍ର ପ୍ରତିଷ୍ଠା ଦିଗରେ ମହାପୁରୁଷ ମାନଙ୍କ ଅମ୍ଲାନ କୀର୍ତର ସ୍ମୃତିଚାରଣ ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ଲକ୍ଷ୍ୟ ଅଟେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟର ସୁମିତ୍ରା ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ର ଭୁବନେଶ୍ୱର ପ୍ରାନ୍ତୀୟ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ଅତିଥି ଭାବରେ ସ୍ୱାଧୀନତା ସଂଗ୍ରାମୀ ସୋମନାଥ ପାତ୍ର, ଗୋପ ବ୍ଲକ ଉପାଧ୍ୟକ୍ଷ ବନରଂଜନ ପଟ୍ଟନାୟକ, ଗୋପ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ, ବନାଖଣ୍ଡି ସରପଞ୍ଚ ପ୍ରଜ୍ଞା ପାରମିତା ନାୟକ, ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗଦେଇ ଭାରତ ସ୍ୱାଧୀନତାରେ ମହା -ପୁରୁଷ ମାନଙ୍କ ଅମ୍ଲାନ କୀର୍ତ ଭବିଷ୍ୟତ ପିଢି ମାନଙ୍କୁ ଏକ ନୂତନ ଚିନ୍ତା ଚେତନାରେ ଉଦବୃତ୍ତ କରି ଏକ ସମୃଦ୍ଧ ଓ ଶୃଙ୍ଖଳିତ ରାଷ୍ଟ୍ର ଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୋଣାର୍କ ତଥା ଆଖପାଖ ଅଞ୍ଚଳର ଶତାଧିକ ସଂସ୍କୃତି ଓ ଶିକ୍ଷା ପ୍ରେମୀ ଉତ୍ସାହୀ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବନାଖଣ୍ଡି ଗ୍ରାମପଞ୍ଚାୟତର ବିଜେପି ସଭାପତି ବିଜୟ କୁମାର ସ୍ୱାଇଁ, ଯୁବମୋର୍ଚ୍ଚା ସଭାପତି ବାବନ ଚନ୍ଦ୍ର ନାୟକ, ଉପସଭାପତି ନିରଂଜନ ସ୍ୱାଇଁ ଓ ପ୍ରଭାତ କୁମାର ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ