ପ୍ରାଣୀ ସମ୍ପଦ ଗଣନା ତାଲିମ ଶିବିର
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ପ୍ରାଣୀ ସମ୍ପଦ ଗଣନା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି,ଏ ତାଲିମ ଶିବିରକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ , ଜିଲ୍ଲା ମୁଖ୍ୟ ପ୍ରଣିଚିକିତ୍ସାଧିକାରୀ ଡଃ ମନୋଜ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ, ଉଭୟ ବ୍ରହ୍ମପୁର ଓ ଛତ୍ରପୁର ଉପଖଣ୍ଡର ଗଣନା କାର୍ଯ୍ୟରେ ନିୟୋଜିତ ୧୬୩ ଜଣ ପ୍ରାଣୀ ଧନ ନିରୀକ୍ଷକ ଓ ତଦାରଖ ଦାୟିତ୍ୱରେ ଥିବା ୪୪ ଜଣ ପ୍ରାଣୀ ଚିକିତ୍ସକ ତାଲିମ ନେଇଥିଲେ, ଉପଖଣ୍ଡ ପ୍ରାଣୀ ଚିକତ୍ସା ଅଧିକାରୀ ଡ ଦେବାନନ୍ଦ ପାତ୍ର ଓ ଉପନିର୍ଦେଶକ ଡଃ ଶୁଭ୍ରକIନ୍ତ ମହାନ୍ତି ତାଲିମ ପ୍ରଦାନ କରିଥିଲେ I ଏହି ତାଲିମ ଶିବିରକୁ ଡଃ ପତିତପାବନ ରଥ ଓ ଡଃ ଦେବାଶିଷ କର ପରିଚାଳନା କରିଥିଲେ I ପ୍ରତ୍ୟେକ ପାଞ୍ଚ ବର୍ଷରେ ଥରେ ପଶୁ ପକ୍ଷୀ,କୃଷି ଯନ୍ତ୍ରପାତି ଓ ପ୍ରାଣୀ ସମ୍ପଦ ଉପରେ ନିର୍ଭର ଶୀଳ ମାନବ ସମ୍ବଳ ଉପରେ ଏହି ପରି ଗଣନା କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଦ୍ୱାରା କରାଯାଇଥାଏ, ଏହାଦ୍ବାରା ପ୍ରାଣୀ ସମ୍ପଦର ସାମଗ୍ରୀକ ଘରୋଇ ଉତ୍ପାଦ(ଜି ଡି ପି)ଉପରେ ଅଂଶର ଆକଳନ କରାଯାଇଥାଏ ସାରା ଦେଶର ବିଭିନ୍ନ ଭୌଗଳିକ ପ୍ରାନ୍ତରେ ଥିବା ପଶୁ ପକ୍ଷୀ ମାନଙ୍କ କିସମ ,ବର୍ଣ୍ଣ,ବୟସ ଓ ଲିଙ୍ଗ ନିରୂପଣ ନିମନ୍ତେ ଏହି ୨୧ ତମ ପ୍ରାଣୀ ସମ୍ପଦ ଗଣନା କାର୍ଯ୍ୟ କରଯାଇଆସୁଅଛି। ଦେଶର ଡିଜିଟାଲ ଅଗ୍ରଗତିର ଅଗ୍ରଗତିର ସହାୟତାରେ ଏହି ଗଣନା କାର୍ଯ୍ୟକ୍ରମ ବ୍ୟବହାର ସୁଗମ ମୋବାଇଲ ଆପ ଜରିଆରେ କରାଯିବ ସାରା ଦେଶରେ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଆରମ୍ଭ ହୋଇ ଡିସେମ୍ବର ମାସ ସୁଦ୍ଧା ସମାପ୍ତ କରାଯିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଅଛି, ତେଣୁ ଏ ଗଣନା କାର୍ଯ୍ୟକ୍ରମର ଗୁରୁତ୍ୱକୁ ଅନୁଭବ କରି ଜନ ସାଧାରଣ ଗଣନା କାରୀଙ୍କୁ ସହଯୋଗ କରିବା ନିମନ୍ତେ ଜିଲ୍ଲପାଳ ଅନୁରୋଧ କରିଛନ୍ତି


