ଶିଖର ବାଲି ସୈରାତର ପରିବେଶ ମଂଜୁରୀ ପାଇଁ ଜନଶୁଣାଣି
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ତହସିଲ ଅନ୍ତର୍ଗତ ଦେବୀନଦୀର ଶିଖର ବାଲି ସୈରାତରୁ ବାଲି ଉତୋଳନ ପାଇଁ ପରିବେଶ ମଂଜୁରୀ ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବୁଧବାର ଶିଖର ପଂଚାୟତ କାର୍ଯ୍ୟାଳୟ ପରିସରରେ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣିରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଚିନ୍ମୟୀ ବିଶ୍ୱାଳ ଉପସ୍ଥିତ ଥିବା ବେଳେ ତାଙ୍କ ସହିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଉପସ୍ଥିତ ରହି ବାଲି ସୈରାତରୁ ବାଲି ଉତୋଳନ ଉପରେ ପରିବେଶ ମଂଜୁରୀ ପ୍ରଦାନ ପାଇଁ ଜନ ଶୁଣାଣୀ କରିଥିଲେ । ତାଙ୍କ ସହିତ ନାଉଗାଁ ତହସିଲଦାର ଜେ.କଳ୍ପନା ଉପସ୍ଥିତ ଥିଲେ । ବାଲି ସୈରାତକୁ ନେଇ ସ୍ଥାନୀୟ ଜନସାଧାରଙ୍କ ମତାମତ ଗ୍ରହଣ କରାଯାଇଥିଲା ।


