“ପ୍ରୟାସ’ ପକ୍ଷରୁ ନବରାତ୍ର ଓ ଦାଣ୍ଡିଆ ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରୟାସ’ ପକ୍ଷରୁ ପ୍ରତିବର୍ଷ ପରି ଚଳିତବର୍ଷ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ମା’ଦୁର୍ଗାଙ୍କୁ ସମର୍ପିତ ନବରାତ୍ର ଓ ଦଶମ ଦାଣ୍ଡିଆ ଉତ୍ସବ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଉତ୍କଳର କଳା, ସଂସ୍କୃତି ଓ ପରମ୍ପରାକୁ ଆଗେଇ ନେବା ସହିତ ଭ୍ରାତୃଭାବ ରଖି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରତିଯୋଗିତା, ଉନ୍ନତ ଧରଣର ଲାଇଟ, ବ୍ୟାଣ୍ଡ, ଓଡ଼ିଶାର ସବୁଠାରୁ ବୃହତ୍ତମ ମଞ୍ଚ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତ ସହିତ ସମ୍ବର୍ଦ୍ଧନା ପ୍ରମୁୁଖ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସମ୍ମାନିତ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ ଓ ସ୍ଥାନୀୟ କର୍ପୋରେଟର ରଞ୍ଜୁଲତା ରାୟ ପ୍ରମୁଖ ଯୋଗ ଦେଇ ପ୍ରୟାସର ଏହି ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଉତ୍ତରୋତ୍ତର କାମନା କରିଥିଲେ । ଏହି ଦାଣ୍ଡିଆ କାର୍ଯ୍ୟକ୍ରମ ୧୯ ଅକ୍ଟୋରରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ ସନ୍ଧ୍ୟା ୬ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଜାରି ରହିବ ବୋଲି ପ୍ରୟାସର ଅଧ୍ୟକ୍ଷ ବନ ମହାନ୍ତି ମତବ୍ୟକ୍ତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ ଉମାକାନ୍ତ ତାଣ୍ଡି, ଡି.ଏନ୍‌. ପଣ୍ଡା, କୌସ୍ତୁଭ ଦାସ, ଜୟନ୍ତ କୁମାର ମହାନ୍ତି, ସୁରେଶ କୁମାର ପତ୍ରୀ, କମଳ ମହାନ୍ତି, ଜସ୍ମ୍‌ିନ ମହାନ୍ତି, ସୋନାଲି ପ୍ରିୟଦର୍ଶିନୀ, ପପୁ, ରିସି, ଦିଲ୍ଲୀପ ପଣ୍ଡା, ସୂର୍ଯ୍ୟନାରାୟଣ ପାତ୍ର, ସାଇ ଶୁଭମ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ