ଫକୀରମୋହନ ହସ୍ପିଟାଲରେ ଅଗ୍ନିକାଣ୍ଡ
ବାଲେଶ୍ଵର, (ସରୋଜ ପଣ୍ଡା):ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲ ରେ ଅଗ୍ନିକାଣ୍ଡ।ଏହି ଅଗ୍ନିକାଣ୍ଡ ମେଡିସିନ ୱାର୍ଡରେ ଲାଗିଥିଲା। ଭୟରେ ରୋଗୀ ,ପରିଜନ ଲୋକ ଓ କର୍ମଚାରୀ ଭୟରେ ୱାର୍ଡ ଛାଡ଼ି ପଦାକୁ ବାହାରି ଆସିଲେ।ତେବେ ମେଡ଼ିସିନ ୱାର୍ଡରେ ଲାଗିଥିବା ଏସିରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ଫଳରେ ୱାର୍ଡରେ ଥିବା ରୋଗୀମାବେ ଭୟରେ ୱାର୍ଡ ଛାଡି ତଳକୁ ପଳାଇ ଆସିଥିଲେ।ତେବେ ଏସଇ ଆଉଟଡର ୟୁନିଟ ଟି ହୁତୁ ହୁତୁ ହୋଇ ଜଳି ଯାଇଥିଲା।ହସ୍ପିଟାଲ କର୍ମଚାରୀ ଓ ସିକ୍ୟୁରିଟି ଫାୟର ଏକ୍ସଟେନ୍ ରେ ନିଆଁ ଲିଭାଇବା ସହ ବାଲେଶ୍ଵର ଦମକଳ ବିଭାଗକୁ ଖବର ଦେଇଥିଲେ।ଦମକଳ ଗାଡ଼ି ପହଞ୍ଚି ନିଆଁ କୁ ଆୟତ କରିଥିଲେ।ଭୟରେ ବାହାରକୁ ପଳାଇ ଯାଇଥିବା ରୋଗୀ ୱାର୍ଡ ଭିତରକୁ ଯାଉଥିଲେ।


