ହକି ଚମ୍ପିଅନସିପ ପାଇଁ ଭୁବନେଶ୍ଵର ଗସ୍ତ

ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ଜିଲ୍ଲା ହକି ପୁରୁଷ ଦଳ ଆଜି ରାଜ୍ୟ ହକି ଚମ୍ପିଅନସିପରେ ଅଂଶଗ୍ରହଣ କରିବା ପାଇଁ ଭୁବନେଶ୍ଵର ଗସ୍ତ କରିଛନ୍ତି। ଏହି ୨୦ ଜଣିଆ ହକି ଦଳରେ ୧୮ ଜଣଖେଳାଳି ଏବଂ ଜଣେ ମ୍ୟାନେଜର ଓ କୋଚ ଯୋଗଦେଇଛନ୍ତି। ବାଲେଶ୍ଵର ଜିଲ୍ଲାର ଏଫ.ଏମ.ୟୁନିଭରସିଟି, ଫକିର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ, ବାଲିଆପାଳ ଶାରୀରିକ ଶିକ୍ଷା ପ୍ରଶିକ୍ଷଣ ମହାବିଦ୍ୟାଳୟ ଓ ରେମୁଣା ଉଚ୍ଚ ବିଦ୍ୟାଳୟର ଖେଳାଳିମାନେ ଏହି ହକି ଦଳରେ ପ୍ରତିନିଧିତ୍ଵ କରୁଛନ୍ତି। ଭୁବନେଶ୍ଵରରେ ଏହି ପ୍ରତିଯୋଗିତା ତା:୦୫/୦୯/୨୦୨୩ ରୁ ୦୯/୦୯/୨୦୨୩ ରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବା ଖେଳାଳିମାନେ ଜାତୀୟ ସ୍ତରୀୟ ହକି ଚମ୍ପିଅନସିପରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଉନ୍ନତମାନର ଦଳଗତ କ୍ରୀଡା ପ୍ରଦର୍ଶନ କରିବା ପାଇଁ ଏହି ବାଲେଶ୍ଵର ପୁରୁଷ ହକି ଦଳକୁ ତା: ୦୧/୦୯/୨୦୨୩ ରୁ ତା:୦୩/୦୯/୨୦୨୩ ରିଖ ତିନି ଦିନ ଧରି ସ୍ଥାନୀୟ କ୍ରୀଡା ଛାତ୍ରାବାସ ପଡିଆରେ, କୋଚ ଡେଭିଡ ସୋରେନ ଏବଂ ଚିତ୍ତରଞ୍ଜନ ପାସାଙ୍କ ତତ୍ଵାବଧାନରେ ପ୍ରଶିକ୍ଷଣ ଦିଅଯାଉଥିଲା । ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା ଏହି ଶିବିରକୁ ସୂଚାରୁରୂପେ ପରିଚାଳନା କରିଥିଲେ। ବାଲେଶ୍ଵର ଜିଲ୍ଲା ପ୍ରଶାସନ ତଥା ହକି ଆସୋସିଏସନର ସଭାପତି, ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏବଂ ସମ୍ପାଦକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ କ୍ରୀଡାବିତ ମାନଙ୍କୁ ଉନ୍ନତମାନର କ୍ରୀଡା ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିବା ବେଳେ ମାନ୍ୟବର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ