ଫାଇନାନ୍ସ କମ୍ପାନୀରେ ଖେଳନା ବନ୍ଧୁକ ଦେଖାଇ ଅଧ୍ୟାପକ ଆତଙ୍କରାଜ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ଧର୍ମନଗରରେ ଥିବା ବଜାଜ୍ ଫାଇନାନ୍ସ କମ୍ପାନୀ କାର୍ଯ୍ୟାଳୟରେ ଜଣେ ଅଧାପକ ଖେଳନା ବନ୍ଧୁକ ଦେଖାଇ ଆତଙ୍କରାଜ ଖେଳାଇଛନ୍ତି । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ଅଧ୍ୟାପକ ଜଣଙ୍କୁ କାବୁ କରିଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଅପରାହ୍ନରେ ସହରର ଏକ ଘରୋଇ ବଜାଜ୍ ଫାଇନାନ୍ସ କମ୍ପାନୀ କାର୍ଯ୍ୟାଳୟରେ ପଶି ସାଥିରେ ନେଇଥିବା ଖେଳନା ବନ୍ଧୁକ ଦେଖାଇ ସଟର ପକାଇ କର୍ମଚାରୀ ମାନଙ୍କୁ ଭୟଭୀତ କରିଥିଲେ । ଖବର ପାଇ ଟାଉନ ଥାନା ପୋଲିସ ସଂଗେ ସଂଗେ ଘଟଣା ସ୍ଥଳରେ ପହଞ୍ଚି ଅଧାପକଙ୍କୁ କାବୁ କରିଛି । ତେବେ କୈାଣସି କାରଣକୁ କେନ୍ଦ୍ରକରି ଏଭଳି କାଣ୍ଡ ଭିଆଇଛନ୍ତି ତାହା ସ୍ପଷ୍ଟ ହୋଇପାରିନଥିବା ବେଳେ ସେ ଘରୋଇ କଲେଜରେ କାର୍ଯ୍ୟରତ ଅଧ୍ୟାପକଥିବା ସୁଚନା ମିଳିଛି ।


