ବୁଗୁଡା ବନାଞ୍ଚଳରେ ୬ ଟି ହାତୀ, ୨୦ ରୁ ଉର୍ଦ୍ଧ୍ବ ଚାଷୀଙ୍କ ଫସଲ କ୍ଷତି ।

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବନାଞ୍ଚଳରେ ଗୋଟିଏ ଦନ୍ତା, ତିନିଟି ମାଈ ଓ ଦୁଇଟି ଛୁଆ ମିଶି ଛଅ ଗୋଟି ହାତୀ ଥିବା ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ପ୍ରକାଶ କରିଛନ୍ତି । ନୟାଗଡ଼ ଜିଲ୍ଲା ଜଙ୍ଗଲରୁ ୧୬ ଟି ହାତୀ ବୁଗୁଡା ବନାଞ୍ଚଳରେ ପ୍ରବେଶ କରିଥିଲେ । ସେଥିରୁ ୯ ଟି ହାତୀ ପୂର୍ବରୁ ଚାଲିଯାଇଥିବା ବେଳେ ଭାଗବାନପୁର ବନାଞ୍ଚଳରେ ଏକୁଟିଆ ଥିବା ଦନ୍ତା ହାତୀଟି ମଧ୍ୟ ନୟାଗଡ଼ ଜଙ୍ଗଲକୁ ଚାଲି ଯାଇଛି । ବର୍ତ୍ତମାନ ମାଣିତରା ଓ ପଞ୍ଚଭୂତି ଫରେଷ୍ଟ ସେକସନରେ ଗୋଟିଏ ଦନ୍ତା, ଦୁଇଟି ଛୁଆ ଓ ତିନୋଟି ମାଈ ମିଶି ୬ ଟି ହାତୀ ଥିବା ବେଳେ ବନ ବିଭାଗ ସେମାନଙ୍କୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏମଧ୍ୟରେ ହାତୀ ପଲ ୨୦ ରୁ ଉର୍ଦ୍ଧ ଚାଷୀଙ୍କ ଫସଲ ନଷ୍ଟ କରିଥିବା ନେଇ ବନାଞ୍ଚଳ କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି । ପୂର୍ବରୁ ହାତୀପଲ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ ହୋଇସାରିଥିବା ବେଳେ ବର୍ତ୍ତମାନ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ