ବକେୟା ପ୍ରାପ୍ୟକୁ ନେଇ ଓଇସି କର୍ମଚାରୀଙ୍କ ଧାରଣା
ଭୁବନେଶ୍ୱର, : ୧୯୮୬ ମସିହାରେ ପ୍ରତିଷ୍ଠିତ ଓଡ଼ିଶା ଇଞ୍ଜିନିୟରିଂ କଲେଜ ଦୀର୍ଘ ୩୩ ବର୍ଷର କଲେଜର ନିଜସ୍ୱ ଭିତ୍ତିଭୂମି ନାହିଁ । ଏହା ସମ୍ପୂର୍ଣ୍ଣ ଭୂଦାନ ଜାଗାରେ ପ୍ରତିଷ୍ଠିତ । ଏହି କଲେଜର ପ୍ରତିଷ୍ଠାତା କାମିନୀ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ଝିଅ ସୁପ୍ରିତା ପଟ୍ଟନାୟକ ବର୍ତ୍ତମାନ କଲେଜର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଅଛନ୍ତି, ତାଙ୍କ ନାମରେ ସିଟ୍ ବ୍ଲକିିଙ୍ଗ କେସ୍ ଅଛି । ଏଆଇସିଟିଇର ଗାଇଡ୍ଲାଇନ୍ ଅନୁସାରେ ଏହାର ଗଭର୍ଣ୍ଣିଂ ବଡ଼ି କେହି ନାହାଁନ୍ତି । ଏହା ସମ୍ପୂର୍ଣ୍ଣ ପାରିବାରିକ ପରିଚାଳନା କମିଟିରେ ପରିଣତ ହୋଇଯାଇଛି । ବଡ଼ଝିଅ ଶୁଭ୍ରା ପଟ୍ଟନାୟକ ସଭାପତି, ସାନଝିଅ ନିର୍ଦ୍ଦେଶକ, ବୋହୂ, ଗଭର୍ଣ୍ଣିଂ ମେମ୍ବରର ମ୍ୟାନେଜିଂ ଟ୍ରଷ୍ଟି, ନାତି ମେଣ୍ଟେନାନ୍ସ ନିର୍ଦ୍ଦେଶକ ନାତୁଣୀ, ନାତୁଣୀ ବୋହୂ ଷ୍ଟୁଡ଼େଣ୍ଟସ୍ ୱେଲ୍ଫେୟାର ନିର୍ଦ୍ଦେଶକ । ଏହି କଲେଜରେ ମୋଟ ୩୨ ଶହ ଛାତ୍ରଛାତ୍ରୀ ଅଧ୍ୟୟନରତ ଥିଲାବେଳେ ମୋଟ ୩୨କୋଟି ଟଙ୍କା ଆଦାୟ ହୋଇଥିଲା । କାଳକ୍ରମେ ଏହା ଆସ୍ତେ ଆସ୍ତେ ୮ ବର୍ଷରେ ୧୨୦୦କୁ ଖସିଲାଣି । ଏହାର କାରଣ ମ୍ୟାନେଜମେଣ୍ଟଙ୍କ ମନୋମୁଖୀ କାର୍ଯ୍ୟକଳାପ । ବିଭିନ୍ନ ଆଳ ଦେଖାଇ ଏମାନେ କଲେଜରୁ କୋଟି କୋଟି ଟଙ୍କା ଲୁଟ୍ କରୁଛନ୍ତି । ଏମାନଙ୍କ ଇଚ୍ଛାରେ ନିଯୁକ୍ତି, ସସ୍ପେଣ୍ଡ, ସୋ କଜ୍ ବିନା କାରଣରେ ହୁଏ । ବିନା କାରଣରେ ଅନେକ ଷ୍ଟାଫ •କିରୀ ହରାଇଛନ୍ତି । ଅନେକ ଷ୍ଟାଫ ବର୍ଷ ବର୍ଷ ଧରି ଦରମା ନ ପାଇ ବାଧ୍ୟ ହୋଇ ଚାକିରୀ ଛାଡ଼ି ଚାଲିଯାଉଛନ୍ତି । ବର୍ତ୍ତମାନ ଜାନୁୟାରୀ ୨୦୧୯ ଠାରୁ ଆମ୍ଭମାନଙ୍କର ଦରମା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଯାହାଫଳରେ ଆମ ଘୋର ଅସୁବିଧାର ସମ୍ମୁଖୀନ ହେଉଛୁ । ଏତେବଡ଼ ଭୟଙ୍କର ବାତ୍ୟା ହେଲା, ଓଡ଼ିଶାର ସବୁଠାରୁ ପ୍ରଦିଦ୍ଧ ଓ ଲୋକପ୍ରିୟ ପର୍ବ ରଜରେ ମଧ୍ୟ ଆମକୁ ଟଙ୍କାଟିଏ ମିଳିଲା ନାହିଁ । ବକେୟା ଟଙ୍କା ପାଇଁ ୨୦୧୬ ଅଗଷ୍ଟରୁ ୨୦୧୮ ଡ଼ିସେମ୍ବର ଯାଏ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ପାରିବାରିକ ପରି•ଳନା କମିଟି ଆମ୍ଭମାନଙ୍କ ଦରମା ବାବଦରେ ଟଙ୍କାଟିଏ ଦେଉନାହାଁନ୍ତି । ୨୦୧୮ ଅଗଷ୍ଟରୁ ବର୍ତ୍ତମାନ ସୁଦ୍ଧା ଆମ୍ଭର ଇପିଏଫ୍ ଓ ଇଏସ୍ଆଇ ଡ଼ିପୋଜିଟ୍ ହୋଇନାହିଁ ଏବଂ ଅବସର ନେଉଥିବା ଲୋକମାନଙ୍କୁ ଅବସରକାଳନୀ କୌଣସି ସୁବିଧା ସୁଯୋଗ ମିଳେନାହିଁ, ସରକାରଙ୍କ ଅବସର ବୟସ ୬୦ ବର୍ଷ ଥିବାବେଳ ଆମ୍ଭମାନଙ୍କୁ ୫୮ ବର୍ଷ ବୟସରେ ମନୋମୁଖୀ ଭାବେ ଅବସର ଗ୍ରହଣ କରାଯାଉଅଛି । ବାଧ୍ୟ ହୋଇ ଆମ୍ଭେମାନେ ଗତକାଲି ନିର୍ଦ୍ଦେଶକ (ଆଡ଼ମିନ୍)ଙ୍କ ଘରକୁ ଯାଇଥିଲୁ । ସେ ସିଧା ସିଧା ମନା କରିଦେଲେ ଓ କହିଲେ ମୁଁ ଜୁଲାଇ ୧୫ରେ ଦରମା ଦେବି । ଆମ୍ଭେମାନେ ନ ଆସିବାରୁ ସେ ପୋଲିସ୍ ଡ଼କାଇ ଆମକୁ ଧମକ ଚମକ ଦେଲେ । ଆମ୍ଭେମାନେ ସି.ଏମ୍.ଙ୍କ ଗ୍ରିଭାନ୍ସେସ୍ ସେଲ୍କୁ ଯାଇଥିଲୁ । ସେ ଗ୍ରାଚ୍ୟୁଇଟି ଶ୍ରମ କମିଶନରଙ୍କୁ ଫୋନ୍ କରି କହିଲେ ଓ ଆମ୍ଭଙ୍କୁ ସେଠାରେ ଦେଖା କରିବା ପାଇଁ କହିଲେ । ଦରମା ବାବଦରେ ପ୍ର।।ଇଭେଟ୍ କଲେଜରେ ଆମ୍ଭେ କିଛି କରିପାରିବୁ ନାହିଁ । ଆମ୍ଭେ ୩୦୦ ପରିବାର ଭୋକ ଉପସାରେ ଦିନ କାଟୁଛୁ । ଯଦି ସରକାର ଏଥିପ୍ରତି ସଚେତନ ହୋଇ ଆମ୍ଭମାନଙ୍କ ଦୁଃଖ ନ ଶୁଣନ୍ତି, ତେବେ ଆଗାମୀ ଭବିଷ୍ୟତରେ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି କଲେଜ ୟୁନିୟନର ସାଧାରଣ ସମ୍ପାଦକ ଅଙ୍ଗଦ କୁମାର ବିଶ୍ୱାଳ, ଉପସଭାପତି କେଦାର ଚରଣ ନାୟକ, ଅମ୍ବିକା ପ୍ରସାଦ ମହାପାତ୍ର, ହଳଧର ସ୍ୱାଇଁ ପ୍ରମୁଖ ଜଣାଇଛନ୍ତି ।


