ବିଦ୍ୟାସାଗରଙ୍କ ମୂର୍ତ୍ତି ଉନ୍ମୋଚନ କଲେ ମମତା

କୋଲକାତା(ଏଜେନ୍ସି): ୨ଠ୧୯ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଅମିତ୍ ଶାହା କୋଲକାତା ନିର୍ବାଚନ ପ୍ରଚାରରେ ଆସିଥିବା ବେଳେ ଶାସକ ଦଳ ତୃଣମୂଳ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ଏକ କଲେଜରେ ସ୍ଥାପିତ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତ୍ତି ଭାଙ୍ଗିଦିଆଯାଇଥିଲା । ଏହି ଘଟଣାକୁ ମାସାଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏହାକୁ କେଉଁ ପକ୍ଷ ଭାଙ୍ଗିଛନ୍ତି ତାହା ଜଣାପଡିନଥିଲା । ଉଭୟ ପକ୍ଷ ପରସ୍ପରକୁ ଦୋଷାରୋପ କରିବା ଆରମ୍ଭ କରିଦେଇଥିଲେ । ଏବେ ସେହି ସ୍ଥାନରେ ବିଦ୍ୟାସାଗରଙ୍କ ନୂଆ ମୂର୍ତ୍ତି ଉନ୍ମୋଚନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହା ପୂର୍ବରୁ ବିଜେପି ଏଠାରେ ବିଦ୍ୟାସାଗରଙ୍କ ନୂଆ ପ୍ରତିମୂର୍ତ୍ତି ସ୍ଥାପନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ହିଂସାକାଣ୍ଡର ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ପଞ୍ଚ ଧାତୁରେ ନିର୍ମିତ ବିଦ୍ୟାସାଗରଙ୍କ ଏକ ମୂର୍ତ୍ତି ଏଠାରେ ପ୍ରତିଷ୍ଠା କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ