ବକ୍ସ ଅଫିସରେ ବମ୍ପର ଓପେନିଙ୍ଗ କଲା ମିଶନ ମଙ୍ଗଲ
(ଯୁଗାବ୍ଦ ନ୍ୟୁଜ)ଅଗଷ୍ଟ ୧୫ ରେ ରିଲିଜ ହୋଇଥିବା ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ମିଶନ ମଙ୍ଗଲ ପ୍ରଥମ ଦିନ ରେ ବକ୍ସ ଅଫିସରେ ବମ୍ପର ବ୍ୟବସାୟ କରିଛି । ପ୍ରଥମ ଦିନରେ ମିଶନ ମଙ୍ଗଲ ୨୯.୧୬କୋଟି ବ୍ୟବସାୟ କରିଛି । ଫିଲ୍ମ ସମୀକ୍ଷକ ତରଣ ଆଦର୍ଶଙ୍କ ମୁତାବକ, ପ୍ରଥମ ଦିନରେ ମିଶନ ମଙ୍ଗଲ ଧମାଲ କରିଛି । ଇତିହାସ ଫର୍ଦ୍ଧରେ ଦେଶର ଅନ୍ତରୀକ୍ଷ ଯାତ୍ରା ସଫଳତାକୁ ଏହି ଫିଲ୍ମରେ ବେଶ୍ ଭଲ ଭାବରେ ଚିତ୍ରଣ କରାଯାଇଛି ।ଜଗନ ଶକ୍ତି ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ବିଦ୍ୟା ବାଲନ, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, କୀର୍ତ୍ତି କୁଲହାରୀ, ଶରମନ ଜୋଶୀ, ନିତ୍ୟା ମେନନ, ସଞ୍ଜୟ କପୁର, ଜୀଶାନ ଆୟୁବ ମୁଖ୍ୟ ଭୂମିକାରେ ଅଛନ୍ତି ।


