ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବିଜୁ ଶ୍ରମିକ ସାମୁଖ୍ୟ ଗଞ୍ଜାମ ଜିଲ୍ଲା ତରଫରୁ ବ୍ରହ୍ମପୁର ଗିରି ମାର୍କେଟ ପ୍ରକାଶମ ହଲ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଯୋଗଦେଇଥିବାବେଳେ ଅନାନ୍ୟ ଅତିଥି ମାନ୍ୟବର ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା , ଆସ୍କା ବିଧାୟକା ମଞ୍ଜୁଳା ସ୍ୱାଇଁ , ଖଲ୍ଲିକୋଟ ବିଧାୟକ ଏବଂ ବହୁ ମାନ୍ୟଗଣ ବ୍ୟକ୍ତି ଓ ବିଜୁ ଶ୍ରମିକ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।


