ବଜ୍ରାଘାତରୁ ଅଗ୍ନିକାଣ୍ଡ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ଆଦମପୁର ବାଲିଚତୁରୀ ଠାରେ ବଜ୍ରାଘାତ ଘଟି ନିଆଁ ଲାଗିଥିବା ସୂଚନା ମିଳିଛି । ଆଜି ସନ୍ଧ୍ୟା ସମୟରେ କାଳବୈଶାଖୀ ଆରମ୍ଭ ହୋଇଥିବା ବେଳେ ବଜ୍ରାଘାତ ଘଟିଥିଲା । ଏଥିଯୋଗୁଁ ଗ୍ରାମର ଅଜିତ ପ୍ରସାଦ ଦାସ, ଗୌରହରି ଦାସ, ରଞ୍ଜିତ ଦାସ, ପ୍ରଦୀପ ଦାସଙ୍କ ବାସ ଗୃହରେ ନିଆଁ ଲାଗିଥିଲା । ତୁହାକୁ ତୁହା ବର୍ଷା ଘଡଘଡି ଲାଗିରହିଥିବା ବେଳେ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡିଥିଲା। ଏନେଇ ଦମକଳ ବାହିନୀକୁ ଖବର ଦିଆଯାଇଥିବା ବେଳେ ଘଟଣା ସ୍ଥଳରେ ତୁରନ୍ତ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚିଥିଲେ । ଗ୍ରାମବାସୀ ଓ ଦମକଳ ବାହିନୀ ମିଳିତ ଭାବେ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ରାତି ହୋଇଥିବାରୁ କ୍ଷୟକ୍ଷତି ଆକଳନ ହୋଇପାରିନାହିଁ ।


