ବିଦ୍ୟାଳୟ ପଟ୍ଟା ଅଭିଯାନ ଶୁଭାରମ୍ଭ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଭଣ୍ଡାରିପୋଖରୀ ତହସିଲ ପରିସରରେ ବିଦ୍ୟାଳୟ ପଟ୍ଟା ଅଭିଯାନ ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମକୁ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ ଉଦଘାଟନ କରି ଉପସ୍ଥିତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିଜସ୍ୱ ପଟ୍ଟା ବଣ୍ଟନ କରିଥିଲେ। ବ୍ଲକ ଅଧିନ ସରକାରୀ ଓ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ନିଜସ୍ୱ ଖତିୟାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ପୂର୍ବରୁ ତହସିଲ ଜରିଆରେ ସରକାରଙ୍କ ନିକଟରେ ଆବେଦନ କରିଥିଲେ। ତଦନୁଯାୟୀ ଆଜି କୁଲଣା, ଦେଓପଦା, ମଞ୍ଜୁରୀରୋଡ଼, ହାରାମଣି, ରହଣିଆ, ମାଳଦା, ଡଗରପଡା, ବାଲିପୋଖରୀ, ନପଙ୍ଗ, ସରସଦା ସମେତ ୩୩ଗୋଟି ବିଦ୍ୟାଳୟକୁ ପଟ୍ଟା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ତହସିଲଦାର ସରୋଜକାନ୍ତ ନାୟକ, ଅତିରିକ୍ତ ତହସିଲଦାର ସତ୍ୟରଞ୍ଜନ ଧଳ, ସହକାରୀ ଶିକ୍ଷାଧିକାରୀ ଅକ୍ଷୟ ଜେନା, ଅନିଲ ବଳଙ୍କ ସମେତ ତହସିଲ ଓ ଶିକ୍ଷା ବିଭାଗର ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।


