ବଞ୍ଚୋ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭୀ ୨୦୨୨
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭୀ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶିବନାରାୟଣପୁର, ବରାହୀ ଉପ୍ରା ବିଦ୍ୟାଳୟ, ଅନନ୍ତ ଗୋପାଳ ଉପ୍ରା ବିଦ୍ୟାଳୟ, ସରକାରୀ ପ୍ରାଥମିକ ବିଦ୍ୟାଳୟ ବଞ୍ଚୋ,ଅନନ୍ତ ଗୋପାଳ ପ୍ରାଥମିକ, ସିଙ୍ଗଡୋବ ଉଚ୍ଚ ପ୍ରାଥମିକ, ନୁଆସିଙ୍ଗଡୋବ, ଦଦôବାବନପୁର, ଆମ୍ବଗଡିଆ, ଅକରୁଆ, କାଠିଆସରା, ଘୋଷରାପଦା, ଭାତକରୁଆ, ବଞ୍ଚୋ ବରାହୀ ହାଇସ୍କୁଲ ଭଳି ୧୫ଟି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏଥିରେ ବରିଷ୍ଠ ଓ କନିଷ୍ଠ ବିଭାଗ କରାଯାଇ ଚିତ୍ରାଙ୍କନ, କୁଇଜ, ବକ୍ତୃତା, ସୃଜନଶୀଳ ଲିଖନ, ସଂଗୀତ, ପ୍ରବନ୍ଧ, ମଧ୍ୟାହ୍ନ ଭୋଜନ, ତର୍କ ଆଦି ପ୍ରତିଯୋଗୀତା ମାନ କରାଯାଇଥିଲା । ବିଶେଷକରି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇତବବା ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସିଆରସିସି ବିଷ୍ଣୁ ପ୍ରସାଦ ସାହୁଙ୍କ ସଂଯୋଜନାରେ ଓ ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ମୁଗୁପୁର ହାଇସ୍କୁଲର ପୁର୍ବତନ ପ୍ରଧାନ ଶିକ୍ଷକ ସନାତନ ଓଝା, ଶିକ୍ଷାବିତ ଭରତ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ସୁରଭୀ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭା ପରିପ୍ରକାଶ କରାଯାଇପାରୁଛି ବୋଲି ମତବ୍ୟକ୍ତ କରିଥିଲେ । ଜ୍ୟୋତ୍ସ୍ନାମ୍ରୀ ଜେନା, ସୂଚୀସ୍ମୀତା ରାଉତ, ମୀତାରାଣୀ ବିଶ୍ୱାଳ, ଶ୍ରୀକାନ୍ତ ବିଶ୍ୱାଳ, ପ୍ରମିଳା ମିଶ୍ର, ସତ୍ୟଭାମା ପରିଡା, ସେବତୀ ବରାଳ, ହରପ୍ରୀୟା ରାଉତ, ଓଁ ଶାନ୍ତି ଜେନା,ସରସ୍ୱତୀ ଜେନା, ଉମାମଣୀ ପାଢ଼ୀ ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିବାବେଳେ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ବେହେରା, ବୈଜୟନ୍ତୀମାଳା ରଥ, ସନାତନ ସ୍ୱାଇଁ, ସାବିତ୍ରୀ ସେଠୀ, ପ୍ରୟାସ କୁମାର ପ୍ରଧାନ, ଘନଶ୍ୟାମ ସେଠୀ, ହୃଦାନନ୍ଦ ପଣ୍ଡା, ମଧୁସୁଦନ ବରାଳ, ଅକ୍ଷୟ କୁମାର ଖଟୁଆ, ହେମଲତା ମଙ୍ଗଳ, ସୁର୍ଯ୍ୟପ୍ରକାଶ ସେଠୀ, ଶିବ ପ୍ରସାଦ ସାହୁ, ନିହାର ରଞ୍ଜନ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


