ବଡକେଡମ ଜଙ୍ଗଲ ସୂରକ୍ଷା ସମିତି ର ପୁନର୍ଗଠନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅଧିନ ବହଳଦା ବନାଞ୍ଚଳ ଅନ୍ତର୍ଗତ ଝରାଡିହି ସେକ୍ସନ ର ବଡକେଡମ ଗ୍ରାମ ଠାରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବଡକେଡମ ଗ୍ରାମ ଜଙ୍ଗଲ ସୂରକ୍ଷା ସମିତିର ସଭାପତି ମହାନ୍ତି ମୁର୍ମୁ’ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ମୂଖ୍ୟ ଅତିଥି ଭାବେ ବହଳଦା ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ରବିନ୍ଦ୍ରନାଥ ମହାନ୍ତ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବହଳଦା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ସଂଯୋଜକ ଗୋବିନ୍ଦ ମାଝୀ,ସଂଯୋଜିକା ଶିଖା କୁମାରୀ ଆଠଗଡ,ଝରାଡିହି ବନପାଳ ମହାବୀର ସିଂ ମୁର୍ମୁ,ଝରାଡିହି ବନରକ୍ଷୀ ହେମନ୍ତ କୁମାର ହେମ୍ବ୍ରମ’ଙ୍କ ସହିତ ଗ୍ରାମର ଓ୍ବାର୍ଡମେମ୍ବର ଓ ଅଙ୍ଗନଓ୍ବାଡି କର୍ମି ଉପସ୍ଥିତ ରହିଥିଲେ । ମୂଖ୍ୟ ଅତିଥି ରବିନ୍ଦ୍ରନାଥ ମହାନ୍ତ’ଙ୍କ ତତ୍ବାବଧାନରେ ବଡକେଡମ ଗ୍ରାମର “ବାଙ୍କା ବାବା’ ବଡକେଡମ’ ବନ ସୂନକ୍ଷା ସମିତିର ପୂନର୍ଗଠନ କରାଯାଇଥିଲା । ପ୍ରକଳ୍ପ ସଂଯୋଜକ ଗୋବିନ୍ଦ ମାଝୀ ଜଙ୍ଗଲ ଦ୍ୱାରା ମିଳୁଥିବା ଉପକାର ଯେପରି ଚାଷ ଉପଯୋଗୀ ବର୍ଷା ଏବଂ ମଣିଷ ତଥା ଜୀବ ଜଗତର ଚଳପ୍ରଚଳ ପାଇଁ ଆବଶ୍ୟକ ଅମ୍ଳଜାନ ବାୟୁ ଗଛୟତା ତଥା ଜଙ୍ଗଲରୁ ପାଇ ପାରୁଥିବା ବିଷୟରେ ଏବଂ ଜଙ୍ଗଲ ସୂରକ୍ଷା ସମ୍ବନ୍ଧରେ ବିସ୍ତୃତ ଭାବେ ବର୍ଣ୍ଣନା କରି ଉପସ୍ଥିତ ସଦସ୍ୟ’ଙ୍କୁ ଅବଗତ କରିଥିଲେ।ନୂତନ ଭାବେ ଗଠନ କରାଯାଇଥିବା ବନ ସୂରକ୍ଷା ସମିତି ଦ୍ୱାରା ୨୦୨୦/୨୧’ ଆର୍ଥିକ ବର୍ଷ ନିମନ୍ତେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ ରଖା ଯାଇଛି । ଯାହାର ଉଦ୍ଧେଶ୍ୟ ଉଜୁଡା ଜଙ୍ଗଲର ପୁନଃଉଦ୍ଧାର ଓ ଜୀବନ ଜୀବିକାର ଉନ୍ନତ୍ତି କରାଯିବା ରହିଛି।ଶେଷରେ ଝରାଡିହି ବନପାଳ ମହାବୀର ସିଂ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ ।


