ବଡଗଡ ରେ ଷୋଡଶ ବାର୍ଷିକ କ୍ରୀଡା ଉତ୍ସବ
ସୋରଡ଼ା, (ରଜନୀକାନ୍ତ ମହାପାତ୍ର):ବିଦ୍ୟାଭାରତି, ଶିକ୍ଷା ବିକାଶ ସମିତି, ଓଡିଶା, ଦକ୍ଷିଣ – ପୂର୍ବ ସମ୍ଭାଗ, ଭଞ୍ଜନଗର ସଂକୁଳ ଅନ୍ତର୍ଗତ ସରସ୍ବତୀ ଶିଶୁ ମନ୍ଦିର ବଡ଼ଗଡ଼ ର ଷୋଡଶ ବାର୍ଷିକ କ୍ରୀଡା ତା ୧୮/୧୧/୨୨ ରେ ଆରମ୍ଭ ହୋଇ ତା ୨୦/୧୧/୨୨ ରିଖ ରେ ସମାରୋପ ହୋଇଯାଇଛି l ଉଦଘାଟନ ଉତ୍ସବରେ ବଡ଼ଗଡ଼ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସୁରଜ କୁମାର ଝଙ୍କାର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ତତସହିତ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ହରିକୃଷ୍ଣ ରଥ ଅଧ୍ୟକ୍ଷତା କରିଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଦାସ କ୍ରୀଡା ପରିଚାଳନା କରିଥିଲେ l ତତସହିତ ପରିଚାଳନା ସମିତିର ଅନ୍ୟାନ୍ୟ ସଦସ୍ୟ ଶ୍ରୀ ଜିତେନ୍ଦ୍ର କୁମାର ଦାସ (ସହ ସମ୍ପାଦକ ), ଶ୍ରୀ ତାରିଣୀ ଚରଣ ଗୌଡ଼ (କୋଷାଧକ୍ଷ ), ଶ୍ରୀ କାଳି ଚରଣ ଚର୍ଚ୍ଚା ଓ ଶ୍ରୀ ରଶ୍ମିରଂଜନ ଦାସଙ୍କ ସହ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ l ଶାରୀରିକ ପ୍ରମୁଖl ସୁଶ୍ରୀ ସାଗରୀ ସ୍ୱାଇଁଙ୍କୁ ସିଲି, ରୋଜାଲିନ, ପୂଜା, ଆରତୀ ଗୁରୁମା ମାନେ ସହଯୋଗ କରିଥିଲେ l ଅଶୋକ ଗୁରୁଜୀ ଏବଂ ଦେବେନ୍ଦ୍ର ଭାଇ ଟ୍ରାକ କାଟିବାରେ ସହଯୋଗ କରିଥିଲେ l ଠିକ ସେହିପରି ତା ୧୯/୧୧/୨୨ ରିଖ ଦିନ କ୍ରୀଡାର ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବଡ଼ଗଡ଼ ବନବିଭାଗର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ଖଡ଼ଗରାୟ ଯୋଗ ଦେଇଥିଲେ l ବିଦ୍ୟାଳୟ ର ସଭାପତି ଶ୍ରୀ ହରିକୃଷ ରଥଙ୍କ ସମେତ ଉପସଭାପତି ଶ୍ରୀ ଗୌରାଙ୍ଗ ଚରଣ ପଢ଼ିଆରୀ, ଶ୍ରୀ ଜିତେନ୍ଦ୍ର ଦାସ, ଶ୍ରୀ ତାରିଣୀ ଚରଣ ଗୌଡ଼, ଶ୍ରୀ କାଳି ଚରଣ ଚର୍ଚ୍ଚା, ଶ୍ରୀ ରଶ୍ମିରଂଜନ ଦାସ,ଆଦି ପରିଚାଳନା ସମିତିର ସଦସ୍ୟ ମାନେ ଉପସ୍ଥିତ ରହିବା ସହିତ ଶୁଭେଛୁ ଅଭିଭାବକ, ଅଭିଭାବିକା ଶ୍ରୀ ପ୍ରେମାନନ୍ଦ ସରାବ, ଆଦି ବହୁସଂଖ୍ୟାରେ ଯୋଗଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ l ବିଦ୍ୟାଳୟ ର 100 ଜଣ ଛାତ୍ର ଛାତ୍ରୀ କ୍ରୀଡାରେ ଅଂଶ ଗ୍ରହଣ କରିଥିଲେ ସେଥି ମଧ୍ୟରୁ ସତୁରି ଜଣ ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ପୁରସ୍କାର ବିତରଣ ପରେ ମୁଖ୍ୟ ଅତିଥି କ୍ରୀଡା ପତାକା ଅବତରଣ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ରାଷ୍ଟ୍ର ଗୀତ ବନ୍ଦେ ମାତରଂ ଗାନ କରିଥିଲେ l ଶେଷରେ ଅନୁଷ୍ଠାନର ସଭାପତି ସଭା ସାଙ୍ଗ କରିଥିଲେ l


