ବଡଚାଟରେ ୫୬ ନବର ଜୋନ ସ୍ତରୀୟ ବିଜେଡି କର୍ମି ସମ୍ମିଳନୀ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୃରଭଂଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀର ସାରସକଣା ବ୍ଲକ ଅଧିନସ୍ଥ ୫୬ନମ୍ବର ଜୋନର ବଡଚାଟରା ଗ୍ରାମରେ ଜୋନ ସ୍ତରୀୟ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର – ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏଥିରେ ବରିଷ୍ଠ ବିଜେଡି ନେତା ଝୁଲୁ କର ସଭାପତିତ୍ୱ କରିଥିଲେ ।କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଦର ସଭାପତି କାଶୀନାଥ ହେମ୍ବ୍ରମ ପର୍ଯ୍ୟବେକ୍ଷକ ବିଜୟ ସାହୁ, ପୂର୍ବତନ ବିଧାୟକ ଭାଦଵ ହାଁସଦା, ଟାଣୁଆ ଯୁବନେତା ରାମ ଚନ୍ଦ୍ର ମୁର୍ମୁ, ରତିକାନ୍ତ ପରୀକ୍ଷା, ଅନ୍ୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ନେତୃବୃନ୍ଦ ଯୋଗ ଦେଇ ନବୀନ ପଟନାୟକଙ୍କ ଵହୁମୁଖୀ ଜନକଲ୍ୟାଣ ଯୋଜନା, ସ୍ଵଛ ଓ ସ୍ଥିର ଶାସନର ବାର୍ତା ନେଇ ଭୋଟରଙ୍କ ପାଖକୁ ଯିବାକୁ କର୍ମିମାନଙ୍କୁ ଉପଦେଶ ଦେଇଥିଲେ । ବିଭିନ୍ନ ଦଳରୁ ଆସି ବିଜେଡିରେ ମିଶିଥିଲେ । ନେତୃବୃନ୍ଦ ଆସନ୍ତା ବଡଦିନ ଓ ନବ ବର୍ଷ ପାଇଁ କର୍ମି ମାନଙ୍କୁ ଶୁଭେଛା ଜଣାଇଥିଲେ ।


