ବଡବଜାର ବ୍ୟବସାୟୀ ସଂଘ ପକ୍ଷରୁ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ
ଛତ୍ରପୁର, (ଦେବଦତ୍ତ ମହାରଣା) : ଡଃ ବାବା ସାହେବ ଆମ୍ବେଦକରଙ୍କ ୬୫ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଛତ୍ରପୁର ବଡ ବଜାର ବ୍ୟବସାୟୀ ସଂଘ ଓ ସହରର କିଛି ବଦାନ୍ୟବ୍ୟକ୍ତି ମିଳିତ ସହଯୋଗରେ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ସ୍ଥାନୀୟ ନୀଳକଣ୍ଠେଶ୍ୱର ମନ୍ଦିର ସମ୍ମୁଖ ଠାକୁରାଣୀଙ୍କ ଯାତ୍ରା ମଣ୍ଡପ ପରିସରରେ ଛତ୍ରପୁର ବଡ ବଜାର ବ୍ୟବସାୟୀ ସଂଘର ସଭାପତି ସଂଜିତ୍ କୁମାର ରାଉଳଙ୍କ ସଂଯୋଜନା ରେ ପ୍ରାୟ ଶହେ ଜଣ ଅସହାୟ ଲୋକଙ୍କୁ ମଧ୍ୟ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଡ ବଜାର ବ୍ୟବସାୟୀ ସଂଘର ସମ୍ପାଦକ କେ.ରମେଶ, ଉପସଭାପତି ସୁଶାନ୍ତ କୁମାର ଗୌଡ, ବି. ଶଙ୍କର ରାଓ, ଅଶୋକ ସେନାପତି, ଅନୀ ସେନାପତି, ସତ୍ୟ ନାରାୟଣ ପାତ୍ରଙ୍କ ସମେତ ବହୁ ସମାଜସେବୀ ଓ ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ ।


