ଲଗାଣ ବର୍ଷାରେ ଚାଷୀକୂଳ ବେହାଲ : ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) : ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସଙ୍ଗେ ସଙ୍ଗେ ରବିଫସଲ ପାଇଁ ସହାୟତା ପ୍ରଦାନ କରିବା ନିମନ୍ତେ ସୋମବାର ଋଷିକୁଲ୍ୟା ରୟତ ମହାସଫା ତରଫରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୮ ଦଫା ସମ୍ବଳିତ ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌ଙ୍କୁ ପ୍ରଦାନ କରାଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବ ଯୋଗୁଁ ଗତ ଦୁଇ ଦିନ ଧରି ଲଗାଣ । ବର୍ଷା ହେବା ଫଳରେ ଅଧିକାଂଶ ଜମିର ଧାନ ଫସଲ ନଷ୍ଟ ହେବା ସଙ୍ଗେ ସଙ୍ଗେ ମୁଗ, ବିରି ଓ ଲଙ୍କା ମରିଚ ସମେତ ବିଭିନ୍ନ ପନିପରିବା ନଷ୍ଟ ହୋଇଗଲା । ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏଣୁ ଏକର ପିଛା ଧାନ ଚାଷ କରିବା ପାଇଁ ପ୍ରାୟ ୨୦ ହଜାର ଟଙ୍କା ନଗୁତି ଖର୍ଚ୍ଚ ହୋଇଥାଏ । ଏଣୁ ରିଲିଫ୍ କୋର୍ଡ ପରିବର୍ତ୍ତନ କରି ଏକର ପିଛା ୨୦ ହଜାର ଟଙ୍କା ନଗୁତି ଖର୍ଚ୍ଚ କ୍ଷତିପୂରଣ ପ୍ରଦାନ କରାଯିବା, ରବି ଫସଲ ପାଇଁ ମୁଗ, ଚିନା ବାଦାମ, କଞ୍ଚା ଲଙ୍କା ଓ ପନିପରିବା ବିହନ ଓ ସାର ରିହାତିରେ ଯୋଗାଇ ଦିଆଯାଉ, ରବି ଫସଲ ପାଇଁ ଜଳସେଚନର ସୁବିଧା କରାଯିବା, ଫସଲ ବୀମା ପ୍ରିମିୟମ ହୋଇଥିବା କ୍ଷତିଗ୍ରସ୍ତ ସମସ୍ତ ଚାଷୀମାନଙ୍କୁ ଫସଲ ବୀମା ସହାୟତା ପ୍ରଦାନ କରାଯିବା, ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବାରୁ ସେମାନଙ୍କୁ ଋଣ ମୁକ୍ତ କରି ରବି ଫସଲ ପାଇଁ ଜଳସେଚନର ସୁବିଧା କରାଯିବା, ଭାଗଚାଷୀ ମାନେ ଜିଲ୍ଲାର ୫୦ ଭାଗରୁ ଅଧିକ ଜମି ଚାଷ କରୁଥିବାରୁ ସେମାନଙ୍କୁ ଚାଷୀର ମାନ୍ୟତା ଦେଇ କ୍ଷତିଗ୍ରସ୍ତ ଭାଗ ଚାଷୀ ମାନଙ୍କୁ ଚିହ୍ନଟ କରି ସରକାରୀ ସହାୟତା ପ୍ରଦାନ କରାଯିବା, ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚାଷ କାମ ଜଳସେଚନ ଓ ବନ୍ୟା ପାଣି ନିଷ୍କାସନଆଦି କାମ ପାଇଁ ମୁଲ ମଜୁରୀ ଖର୍ଚ୍ଚ ବହନ କରାଯାଉ, ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବାରମ୍ବାର ଫସଲ ନଷ୍ଟ ହେଉଥିବାରୁ ଜଳସେଚନ ସୁବିଧା ଓ ବନ୍ୟା ଜଳ ନିଷ୍କାସନ ନିମନ୍ତେ ଚାଷୀ ପ୍ରତିନିଧିଙ୍କ ମତାମତ ନେଇ ମାଷ୍ଟର ପ୍ଲାନ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା, ବର୍ଷା ପରେ ଯାହା ଧାନ ଅମଳ ହେବ, ତାହା ସବୁ ଗମୁ ହୋଇଯିବ ସେହି ଧାନକୁ ମିଲର ମାନେ ନେବେ ନାହିଁ । ଏଣୁ ଧାନର ଏଫଏକ୍ୟୁ ମାନ କୋହଳ କରି ଆଦାୟ ଧାନ ସବୁ କିଣିବା ପାଇଁ ନର୍ଦ୍ଦେଶ ଦିଆଯିବା ଭଳି ବିଭିନ୍ନ ଦାବି ଏହି ଦାବି ପତ୍ର ରେ ଉଲ୍ଲେଖ ରହିଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଋଷିକୁଲ୍ୟା ରୟତ ମହାସଭାର ସିମାଂଚଳ ନାହାକ, ବରିଷ୍ଠ କଂଗ୍ରେସ ନେତା ଭାଗିରଥି ବେହେରା, ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡି, ସୁବାସ ରାଉତ, ମନୋଜ କୁମାର ମିଶ୍ର, ବିପ୍ର ଚରଣ ଦାସ, ତ୍ରିନାଥ ଦାସ, ଯୁବ ବିଜେଡି ବ୍ଲକ ସମ୍ପାଦକ ସପନ କୁମାର ନାହାକ, କଲ୍ୟାଣି ପାଣି ପଂଚାୟତର କୋଷାଧ୍ୟକ୍ଷ ଅବନୀ ମହାପାତ୍ର, ଅରୁଣ କୁମାର ନାହାକ, ମହେଶ କୁମାର ଗୌଡ, ଚକ୍ରପାଣି ପଲାଇଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ