“ସିଦ୍ଧାନ୍ତ” ର ୨୧ତମ ବାର୍ଷିକୋତ୍ସବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ସିଦ୍ଧାନ୍ତର’ ବାର୍ଷିକୋତ୍ସବ ସ୍ଥାନୀୟ ବିଶ୍ୱନାଥ କଲ୍ୟାଣ ମଣ୍ଡପରେ ମହା ସମାରୋହରେ ଆୟୋଜିତ ହୋଇଥିଲେ । ଏଥିରେ ମୁଖ୍ୟ ଅତିଥି ବାବେ ଭୁବନେଶ୍ୱରର ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଡ. ଶାନ୍ତୁ କୁମାର ରଥ ଓ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ୱ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ପ୍ରସନ୍ନ କୁମାର ସ୍ୱାଇଁ ଯୋଗ ଦେଇ କହିଥିଲେ ଯେ, ଉପାନ୍ତ ତଥା ଆନ୍ଧ୍ର ସୀମାନ୍ତ ପାରଳାଖେମୁଣ୍ଡି ଅଞ୍ଚଳରେ ଓଡିଆ ଭାଷା ଓ ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସହ ଓଡିଆ ଭାଷାକୁ ବଞ୍ଚାଇ ରଖିବାରେ ସିଦ୍ଧାନ୍ତର ଉଦ୍ୟମ ପ୍ରସଂଶନୀୟ । ଜନ୍ମ ଠାରୁ ମୃତ୍ୟୁ ଯାଏଁ ସାହିତ୍ୟ ମଣିଷର ସାଥି ଓ ଏହା ସମଜାକୁ ସୁଧାରିବାରେ ସକ୍ଷମ ବୋଲି ବୈଦିକ ଯୁଗରୁ ଏ ଯାଏଁ ସାହିତ୍ୟର ପ୍ରକୃତି ଓ ପ୍ରସାର ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରରେ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ. ବୃଷକେତୁ ଦାଶଙ୍କ ୨ ଗୋଟି ପୁସ୍ତକ ଡ.ସତ୍ୟନାରାୟଣ ରାଜଗୁରୁଙ୍କ ଏକ ପ୍ରବନ୍ଧ ସଙ୍କଳନ ଓ କବି ଘନଶ୍ୟାମ ଜେନାଙ୍କ ଗୋଟିଏ ଲୀଳା ନାଟକ, ଇଂ. ଅରକ୍ଷିତ ପାତ୍ରଙ୍କ “ସ୍ୱର ଏକ ସୈନିକର” ଲୋକାର୍ପଣ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ଡ. ପ୍ରସନ୍ନ କୁମାର ସ୍ୱାଇଁ ଅବସରପ୍ରାପ୍ତ ପ୍ରଶାସକ କବି ଜଗନ୍ନାଥ ବେହେରା, ଡ. ବୃଷକେତୁ ଦାଶ, ଡ. ଚନ୍ଦ୍ରଶେଖର ଦାସ, କବୟତ୍ରି ପଦ୍ମିନୀ ମିଶ୍ର, ନୃତ୍ୟଶିଳ୍ପୀ ଡି. ପ୍ରିୟଙ୍କା, କବି ଡମ୍ବରୁଧର ବେହେରା, କବି ଘନଶ୍ୟାମ ଜେନା ଓ କବି ଅରକ୍ଷିତ ପାତ୍ରଙ୍କୁ ସିଦ୍ଧାନ୍ତ ସମ୍ମାନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ଅଧ୍ୟକ୍ଷତା କରିଥିଲେ ସ୍ଥାନୀୟ ସଂସ୍କୃତ ମହା ବିଦ୍ୟାଳୟର ଅଧ୍ୟକ୍ଷା ଡ. ଅନ୍ନପୂର୍ଣ୍ଣାଦେବୀ । ଡ. କଲ୍ୟାଣୀ ମିଶ୍ର, ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ସାହିତ୍ୟକ ବିଚିତ୍ରାନନ୍ଦ ବେବର୍ତ୍ତା ଓ ଆଶାଲତା ପାଣିଗ୍ରାହୀ ଯଥାକ୍ରମେ ଅତିଥି ଆବାହନ, ପରିଚୟ ପ୍ରଦାନ ସ୍ୱାଗତ ଭାଷଣ ଓ ଧନ୍ୟବାଦର୍ପଣ କରିଥିଲେ । ଖ୍ୟାତି ସମ୍ପନ୍ନ ଓଡିଶୀ ନୃତ୍ୟାଙ୍ଗନା ଅଧ୍ୟାପିକା ଡ.ପ୍ରିୟଙ୍କା ଓଡିଶୀ ନୃତ୍ୟ ପରିବେଷଣ ଚିତାକର୍ଷକ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସିଦ୍ଧାନ୍ତର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଂଯୋଜନା କରିଥିବାବେଳେ ତ୍ରିପତି ପ୍ରସାଦ ପଣ୍ଡା, ନିତ୍ୟାନନ୍ଦ ଚୌଧୁରୀ, ବିଷ୍ଣୁ ଚରଣ ପଣ୍ଡା, ଶରତ ଚନ୍ଦ୍ର ସାହୁ, ଭାଗବତ ପାଢୀ, ଗଣେଶ କୁମାର ରାଜୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମାନପତ୍ର ପାଠ କରିଥିଲେ ସ୍ୱର୍ଣ୍ଣ ପ୍ରବା ପାଠୀ, ମୀନାକୁମାରୀ ଟହଲ, ସବିତା ପଟ୍ଟନାୟକ, ସରଳା ଦାସ, ଅନୋଜ ଦାସ, ଅନୁଶ୍ରୀ ପଟ୍ଟନାୟକ, ବରଦା ଆଚାର୍ଯ୍ୟ ଓ ଡ. ରଶ୍ମିତା ପାତ୍ର ।


