ବଡ଼ ଜାମବିଲା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଅସନା ପଞ୍ଚାୟତର ବଡ଼ ଜାମବିଲା ଛକ ଠାରେ ରବିବାର ସନ୍ଧ୍ୟା ସମୟରେ ଏକ କାର ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଘଟଣାସ୍ଥଳରେ ହିଁ କାର ରେ ବସି ଥିବା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଚାଳକ ସାଙ୍ଗରେ ସାଙ୍ଗରେ ବସି ଥିବା ଆରୋହୀ ଦୁହେଁ ଗୁରୁତର ଆହତ ସହ ଅଳ୍ପକେ ବର୍ତ୍ତିଛନ୍ତି କାର ଡ଼୍ରାଇଭର।ସୂଚନା ମୁତାବକ ଆଜି ରବିବାର ସନ୍ଧ୍ୟା ସମୟରେ କେନ୍ଦୁଝର ପଟୁ OD 02 O 9734 ନମ୍ବର ର ଏକ କାର ଦୃର୍ତ ଗତିରେ ବିଶୋଇ ପଟକୁ ଆସୁଥିବା ସମୟରେ ନୂତନ ବର୍ଷ ପାଳନ କରି ସୁଲେଇପାଟ ଡେମ୍ ରୁ ଦୁଇ ଜଣ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ବଡ଼ ଜାମବିଲା ଛକ ଠାରେ କାର ସଙ୍ଗରେ ମୁହାଁମୁହିଁ ହୋଇଥିଲେ ଫଳରେ କାର ଓ ବାଇକ୍ ମଧ୍ୟରେ ଜୋରସୋରରେ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ,କାର ଓ ବାଇକ୍ ରାସ୍ତା ବାହାରକୁ ବାହାରି ଯାଇଥିଲେ। ଫଳରେ କାର ରେ ବସି ଥିବା ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଚାଳକ ସହିତ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମାନଙ୍କୁ ପ୍ରଥମେ ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ପରେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ସେବା ଯୋଗେ ବାରିପଦା ସ୍ଥିତ ରଘୁନାଥ ମେଡିକାଲ କୁ ଚିକିତ୍ସା ପାଇଁ ପଠେଇ ଦେଇଥିବା ସୁଚନା ମିଳିଛି। ଗୁରୁତର ଦୁଇ ଜଣ ବୁଢାନ କିସ୍କୁ ଓ ସୁରେନ୍ଦ୍ର କିସ୍କୁ ସ୍ଥାନୀୟ ଅର୍ଜୁନବିଲାର ବୋଲି ଜଣା ପଡ଼ିଥିବା ବେଳେ କାର ଡ୍ରାଇଭର ଓ ମୃତ୍ୟୁକ ଜଣକର ଖବର ଲେଖା ହେବା ପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ। ଉକ୍ତ ଘଟଣାର ଖବର ପାଇ ବିଶୋଇ ପୋଲିସ ଓ ମଣଦା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ