ବନମହୋତ୍ସବ ଅବସରରେ ଶିକ୍ଷକଙ୍କ ବୃକ୍ଷରୋପଣ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ସାରା ରାଜ୍ୟରେ ବର୍ତ୍ତମାନ ବନମୋତ୍ସବ ସପ୍ତାହ ପାଳନ କରାଯାଉଥିବା ବେଳେ କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ବଳଦେବ ହାଇସ୍କୁଲର ଶିକ୍ଷକ ପାର୍ଥସାରଥୀ ବେହେରା ଙ୍କ ଦ୍ୱାରା ସହରର ବିଭିନ୍ନ ସରକାରୀ ଓ ବେସରକାରୀ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟ ଜାରି ରଖିଛନ୍ତି । ଚକଡା, ଭୂଇଁପୁର, ସାନନାଇଁପୁର, ଶ୍ୟାମଗୁଡିଆ, ଦୁତିଆଳ ଓ ଟାଉନବଳରାମପୁର ବାସଭବନ ସମ୍ମୁଖରେ ଥିବା ପ୍ରଭାକର ସାରଙ୍କ ଜମିରେ ମଧ୍ୟ ବୃକ୍ଷରୋପଣ କରିଛନ୍ତି । ପୂର୍ବରୁ ବିଭିନ୍ନ ପରିବେଶ ସଚେତନତା ଶୋଭାଯାତ୍ରା,ବୃକ୍ଷରୋପଣ କାର୍ଯ୍ୟକ୍ରମ ସମେତ ଘର ଘର ବୁଲି ଭିନ୍ନ ଭିନ୍ନ ପ୍ରକାର ଚାରାଗଛ ବାଂଟି ଲୋକମାନଙ୍କୁ ବୃକ୍ଷରୋପଣ କରିବା ପାଇଁ ସଚେତନ କରି ପ୍ରସଂଶାର ପାତ୍ର ପାଲଟିଛନ୍ତି । ଜୀବନଥିବା ପର୍ଯ୍ୟନ୍ତ ଏଭଳି ପରିବେଶ ସଚେତନତା କାର୍ଯ୍ୟକ୍ରମ ଯୁବ ବାହିନୀ ଓ ସବୁଜ ବାହିନୀମାନଙ୍କୁ ନେଇ ଜାରିରଖିବେ ବୋଲି କହିଛନ୍ତି । ନିଜେ ଗୁଣ୍ଡୁଚି ମୁଷା ସାଜି ଜନସାଧାରଣଙ୍କୁ ପରିବେଶ ରକ୍ଷା ନିମନ୍ତେ ସଚେତନ କରିବାକୁ ବେହେରା ସଙ୍କଳ୍ପ କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବିମାନେ ପ୍ରସଂଶା କରିଛନ୍ତି ।


