ବନ୍ତରେ ବିଶ୍ୱକର୍ମା ପୂଜା ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା କୋଭିଡ୍ ଗାଇଡ୍ ଲାଇନ ମଧ୍ୟରେ ପାଳିତ ହୋଇଯାଇଛି । ବନ୍ତ ମେଡିକାଲ ଛକ ଠାରେ ଗାଡି ମାଲିକ ଓ ଡ୍ରାଇଭରଙ୍କ ମିଳିତ ସହଯୋଗରେ ବିଶ୍ୱକର୍ମା ପୂଜା କମିଟି ପକ୍ଷରୁ ୨୧ତମ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ନିକଟସ୍ଥ ଜଳ ସେଚନ ପୁଷ୍କରିଣୀରୁ ଭଜୁ ବିଶ୍ୱାଳ କଳସ ଆଣିବା ପରେ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା । ପୂଜକ ଭଗବାନ ପତି ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ଏଥିରେ କମିଟିର ସଭାପତି ଆଲୋକ କୁମାର ରାଉତ, ସଂପାଦକ ଚଗୁଲୁ ସାମଲ, ସଭ୍ୟ ରମାକାନ୍ତ ପାଣିଗ୍ରାହୀ, ବସନ୍ତ ରାଜ, ବାପୁନ ରାଉତ, ଚଗୁଲ ଧଳ, ଜଟିଆ ଲେଙ୍କା, ଟୁଟୁ ଜେନା, ସୁଧା ରାଉତଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ସେହିପରି ବନ୍ତସ୍ଥିତ ବିଦ୍ୟୁତ୍ ଅଫିସ, ନିଳୋକ ଓ ଛୟାଳସିଂ ବିଦ୍ୟୁତ୍ ଷ୍ଟକଚର, ଭରସା ଆଇଟିଆଇ ସମେତ ବିଭିନ୍ନ କମ୍ପ୍ୟୁଟର ତାଲିମ ପ୍ରତିଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଏହି ପୂଜା ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ