ବନ୍ତ ବ୍ଲକରେ ଓଡିଶା ଫେରୁଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ୫ ହଜାର ଟପିଲା

ବନ୍ତ,(ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଳକରେ ଓଡିଶା ଫେରୁଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ୫ ହଜାର ଟପି ଯାଇଛି । ପ୍ରକାଶ ଯେ, କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ବାହାର ରାଜ୍ୟରେ ଥିବା ଓଡିଆ ବ୍ୟକ୍ତି ମାନଙ୍କୁ ନିଜ ଘରକୁ ଫେରାଇବା ପାଇଁ ରାଜ୍ୟ ସରକାର ସମସ୍ତ ବନ୍ଦୋବସ୍ତ କରିଛନ୍ତି । ଓଡିଶା ଫେରିବାକୁ ଚାହୁଁଥିବା ବ୍ୟକ୍ତି ମାନେ ନିଜେ ଅନ୍‌ଲାଇନରେ ପଞ୍ଜୀକରଣ କରୁଥିବା ବେଳେ କେତେ କାଂଶରେ ସେମାନଙ୍କର ସଂପର୍କୀୟ ମାନେ ପଞ୍ଚାୟତରୁ ଫର୍ମ ନେଇ ଆବେଦନ କରୁଛନ୍ତି । ଗତ ୨୪ ତାରିଖ ଠାରୁ ଏହି ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୁରବାର ସୁଦ୍ଧା ବନ୍ତ ବ୍ଳକରେ ମୋଟ ୫୩୩୦ ଜଣ ବ୍ୟକ୍ତି ପଞ୍ଜୀକରଣ କରିଥିବା ଜଣାଯାଇଛି । ପଞ୍ଚାୟତ ମାଧ୍ୟମରେ ୧୩୯୮, ୱେବ୍ ପୋର୍ଟାଲ୍ ମାଧ୍ୟମରେ ୩୭୯୭, ଏବଂ ଅନ୍ୟ ମାଧ୍ୟମରେ ୧୩୫ ଜଣ ପଞ୍ଜୀକରଣ କରିଛନ୍ତି । ଆଡିଆ ପଞ୍ଚାୟତରେ ୩୬୭, ଅଣିଜୋରେ ୧୮୮, ବଡମହିଷଗୋଠରେ ୭୦, ବସନ୍ତିଆରେ ୨୫୦, ବନ୍ତରେ ୨୭୭, ଛୟାଳସିଂରେ ୨୦୦, ଗଣିଜାଙ୍ଗରେ ୨୮୧, ଗୋବିନ୍ଦପୁରରେ ୨୯୨, ଗୋପିନାଥପୁରରେ ୪୦୫, କାଦବରାଙ୍ଗରେ ୨୨୭, କେନ୍ଦୁଆପଦାରେ ୧୫୭, ମହାନ୍ତିପଡାରେ ୧୩୦, ନିଳୋକରେ ୨୬୫, ଓଡଙ୍ଗରେ ୧୮୨, ପଧାନପଡାରେ ୨୭୨, ପୁରୁଷଣ୍ଢରେ ୧୭୩, ରାମଚନ୍ଦ୍ରପୁରରେ ୧୪୯, ରାମକୃଷ୍ଣପୁରରେ ୧୪୨, ରାମପୁରରେ ୧୭୮, ସେଣ୍ଢତୀରାରେ ୩୨୯, ତୋଡଗାଁରେ ୧୧୮, ଟିଲୋରେ ୨୦୪, ବଡବର୍ଚ୍ଚିକୟାଁରେ ୧୩୮, ବିଟି ପୁରରେ ୧୦୬, ଚାରିଗାଁରେ ୨୩୦ ଜଣ ପଞ୍ଜୀକରଣ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ